ପ୍ରାଥମିକ ଶିକ୍ଷକମାନେ ଛୁଟି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା



ଭବାନୀପାଟଣା/ଗୋଳାମୁଣ୍ଡା ୧୩/୦୯ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ୩ ଦଫା ଦାବୀ ନେଇ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଛନ୍ତି । ପୂର୍ବରୁ ଅନେକ ଥର ଶିକ୍ଷା ମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ,ଓ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇ ନ ଥିବା ନେଇ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ କୁହାଯାଇଛି । ପୂର୍ବରୁ ମଧ୍ୟ ସଙ୍ଘ ପକ୍ଷରୁ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପାଖରେ ଦିନକ ପାଇଁ ଧାରଣା ଦେଇଥିଲେ । ହେଲେ ଆଜିଠୁ ସବୁ ବର୍ଗର ଶିକ୍ଷକମାନେ ଛୁଟି ନେଇ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେବୁ ବୋଲି କହିଛନ୍ତି । ଲଘୁଚାପ ଜନିତ ବର୍ଷାକୁ ଖାତିର ନ କରି ପ୍ରବଳବର୍ଷାରେ ଓଦା କପଡାରେ ରହି ବିଭିନ୍ନ ପ୍ଲା କାର୍ଡ ଧରି ଆନ୍ଦୋଳନରେ ବସିଥିବା ଜଣାଯାଇଛି । ଉକ୍ତ ଧାରଣାରେ ଶିକ୍ଷକ ସଂଘର ସଭାପତି ବିଶ୍ୱଜିତ ନେଗୀ,ତରଙ୍ଗ ଚଣ୍ଡୀ,ମୋହନ ବିଶି,ଅଚ୍ୟୁତ ହରପାଳ, ଶିବରାମ ସୁନାନୀ,ଭକ୍ତ ରାମ ସେନାପତି,ସମେତ ସମସ୍ତ ବର୍ଗର ଶିକ୍ଷକ ଉପସ୍ଥିତ ଥିଲେ ।

Post a Comment

Previous Post Next Post