କଣ୍ଟାବାଞ୍ଜି, ୧୪/୦୮ (ଆଜତକ୍ ଓଡ଼ିଶା) ଆଜି ଆମ୍ବେଦକର କ୍ଲବ ଖୁଟୁଲୁମୁଣ୍ଡା ତରଫରୁ ସରକାରୀ ଜମି ଚିହ୍ନଟ କରିବା ପାଇଁ ତୁରେକେଲା ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଖୁଟୁଲୁମୁଣ୍ଡା ଗ୍ରାମ ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଅଧିନସ୍ଥ । ଏହି ଗ୍ରାମରେ କମ୍ୟୁନିଟି ସେଣ୍ଟର୍ ନାହିଁ । ଫଳରେ ଗ୍ରାମରେ କୌଣସି ଆୟୋଜନ କିମ୍ବା ସଭା ସମିତି ହେଲେ ଲୋକଙ୍କୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ସରକାରୀ ଜମି ଚିହ୍ନଟ କରି ଏକ କମ୍ୟୁନିଟି ସେଣ୍ଟର୍ ତିଆରି କରିବା ପାଇଁ ଆମ୍ବେଦକର କ୍ଲବ ତରଫରୁ ଆଜି ଦାବି ପତ୍ର ଦିଆ ଯାଇଛି। ଏହି ଦାବି ପତ୍ର ଦେବା ସମୟରେ ଆମ୍ବେଦକର କ୍ଲବ ସଭାପତି ରାଜେନ୍ଦ୍ର ଦୀପ, ସମ୍ପାଦକ ସୁନିଲ ଶଗ୍ରିଆ, କରନ୍ ସଗ୍ରିଆ , ମହେନ୍ଦ୍ର ସଗ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment