ମନ୍ଦାରପୁର ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି କରାନଯିବା ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ


ବାଲେଶ୍ଵର, ୧୮/୭(ଲକ୍ଷ୍ମୀଧର ବାରିକ): ରେମୁଣା ବ୍ଲକ ସ୍ଥିତ ମନ୍ଦାରପୁର ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନେଇ ଦୁଇ ଗୋଷ୍ଠୀ ଏବେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳୁଛୁ। ଗତକାଲି ଗୋଟେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବିକରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ଆଜି ସ୍କୁଲ ପରିଚାଳନା କମିଟି ସଭାପତି ଗୋପୀନାଥ ଦାସଙ୍କ ନେତୃତ୍ବରେ ଅଭିଭାବକ ମାନେ ଜିଲ୍ଲାପାଳଙ୍କୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ସପକ୍ଷରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ତେବେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସପକ୍ଷ ବାଦୀ ମାନେ ସେବାଶ୍ରମର ଉନ୍ନତି ମୂଳକ କାର୍ଯ୍ୟ ଜୋରଦାର ହେଉଥିବା ଘଟଣାକୁ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ସହ୍ୟ କରିନପାରିବା ତାଙ୍କ ବିରୋଧରେ କୁତ୍ସରଟନା କରୁଥିବା ପାଲଟା ଅଭିଯୋଗ କରିଛନ୍ତି।ସ୍କୁଲର ଉନ୍ନତି ମୂଳକ କାର୍ଯ୍ୟ ଚାଲିଥିବା ବେଳେ କୌଣସି ପ୍ରକାରର ଅନ୍ୟମିତତା ହୋଇନାହିଁ ବୋଲି ଅଭିଭାବକ ଓ ଏସ ଏମ ସି ସଭାପତି ସୂଚନା ଦେଇଥିଲେ। ଏ ନେଇ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Post a Comment

Previous Post Next Post