ବାଲେଶ୍ଵର,୧୮/୭(ଲକ୍ଷ୍ମୀଧର ବାରିକ): ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ କୁଣ୍ଡଳୀ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ବ୍ରାଇଡାଲ୍ ସାପ । ସାପଟି କୁଣ୍ଡଳୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଘରେ ଧାନଉଁସା ନନ୍ଦିଆ ଭିତରେ ସେଇ ସାପ ଟି ରାତିରେ ଖସି ପଡ଼ିଥିଲା ଏବଂ ଆଉ ବାହାରି ପାରୁ ନଥିଲା । ପୂର୍ଣ୍ଣ ଚନ୍ଦ୍ରଙ୍କ ଘର ଲୋକେ ସାପ ଟିକୁ ବିଷଧର ଚିତି ସାପ ଭାବି ବ୍ୟସ୍ତ ଏବଂ ଭୟଭୀତ ହୋଇ ସ୍ନେକ୍ ହେଲ୍ପ ଲାଇନ କୁ ଫୋନ୍ କରିଥିଲେ । ଖବର ପାଇ ବାଲେଶ୍ଵର ରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ ଦାସ ୨୭ କିମି ଦୂର ଅତିକ୍ରମ କରି ସାପ ଟିକୁ ଉଦ୍ଧାର କରିଥିଲେ । ସାପ ଟିକୁ ଏକ ବିଷ ହୀନ ଉଲ୍ଫ ସ୍ନେକ୍ ପ୍ରଜାତିର ସାପ ଏବଂ ଏହାର ନାମ ଲାଇକୋଡୋନ୍ ନିମ୍ଫା (Lycodon nympha) ବୋଲି ଚିହ୍ନଟ କରିଥିଲେ । ଏଇ ସାପ ଟି ବିଷ ହୀନ ବୋଲି ପ୍ରମାଣ କରିବା ପାଇଁ ସଞ୍ଜୟଙ୍କୁ ଲୋକ ମାନଙ୍କ ଆଗରେ ଖାଲି ହାତରେ ଧରିବାକୁ ପଡ଼ିଥିଲା। ସାପକୁ ନିଜ ହାତରେ ପାଣି ପିଆଇବା ପରେ ଫେରିବା ବାଟରେ ଜନଶୂନ୍ୟ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ଏଇ ସାପଟି ବିରଳ (rare) ସାପ ବୋଲି ରମୁଲସ୍ ହ୍ୱାଇଟେକର ଙ୍କ ସ୍ନେକସ୍ ଅଫ ଇଣ୍ଡିଆ ବହିରେ ମାନ୍ୟତା ଦିଆ ଯାଇଛି। ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଯଦିଓ ପ୍ରଥମ ଦେଖାରେ ଲୋକେ ଏହାକୁ ବିଷ ଧର ଚିତି ସାପ ବୋଲି ଭ୍ରମରେ ପଡ଼ିଥାନ୍ତି କିନ୍ତୁ ଏହା ନିରୀହ ସାପ ଟିଏ । ଏହା ଏକ ବିରଳ ସାପ ହୋଇଥିବାରୁ ଅଧିକାଂଶ ଲୋକ ଏହି ସାପକୁ ଦେଖିବାର ସୁଯୋଗ ପାଇନଥାନ୍ତି । ଆଗରୁ ଏଇ ସାପର ନାମ ଡ୍ରାୟୋକାଲାମସ ନିଂଫା (Dryocalamus nympha) ଥିଲା । ତେବେ, ନିକଟ ଅତୀତ ରେ ଏଇ ସାପ ର ଡିଏନଏ ଲାଇକୋଡନ ଡିଏନଏ ସହିତ ମ୍ୟାଚ୍ କରିବାରୁ, ଏଇ ସାପ କୁ ଲାଇକୋଡନ ଜେନସ ଅଧୀନ କୁ ଅଣା ଯାଇଛି ।

Post a Comment