ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମେମୁ ଟ୍ରେନ ଦୁର୍ଘଟଣା ରୁ ବର୍ତ୍ତିଲା

ବାଲେଶ୍ୱର,୧୮/୭ (ଲକ୍ଷ୍ମୀଧର ବାରିକ) ରେଳବାଇର ପିଛା ଛାଡ଼ୁନି ଦୁର୍ଘଟଣା।ବାହାନଗା ରୋଡ ରେଳ ଷ୍ଟେସନ ନିକଟରେ ଟ୍ରିପଲ ରେଳ ଦୁର୍ଘଟଣାର ଦୁଃଖ ମନରୁ ନ ଲିଭୁଣୁ ଆଜି ପୁଣି ଇ -ସିଗନାଲିଂ ରେ ତ୍ରୁଟି ଯୋଗୁଁ ଆଉ ଏକ ବଡ଼ ଦୁର୍ଘଟଣା ଘଟିବାକୁ ଯାଉଥିଲା। ମାତ୍ର ମେମୁ ଟ୍ରେନ ର ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ ଟି ଅଳ୍ପକେ ବଡ଼ ଧରଣ ର ଦୁର୍ଘଟଣା ରୁ ବର୍ତ୍ତି ଯାଇଛି। ଘଟଣା ଟି ଏହିପରି । ଆଜି ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ନୀଳଗିରି ରୋଡ ରେଳ ଷ୍ଟେସନ ଛାଡିବାର ପ୍ରାୟ ଏକ ମିନିଟ ପରେ ଲୋକ ପାଇଲଟ ସିଗନାଲ ଖୁଣ୍ଟ ପୂର୍ବରୁ ଲୁପ ଲାଇନ ରେ ପଏଣ୍ଟ ରେ ତ୍ରୁଟି ଥିବା ଦେଖି ବ୍ରେକ କଷି ଦେଈଥଲେ. ଫଳରେ ଟ୍ରେନ ଟି ଅଟକି ଯାଇଥିଲା. ଲୋକ ପାଇଲଟ ମଧ୍ୟ ସିଗନାଲିଂ ରେ ତ୍ରୁଟି ଥିବା ସ୍ୱୀକାର କରିଛନ୍ତି । ଏହି ଘଟଣା ମଧ୍ୟାହ୍ନ ପ୍ରାୟ ବାରଟା ଦଶ ମିନିଟ ରେ ଘଟିଥିଲା। ତେବେ ପାଇଲଟ କହିଛନ୍ତି କି ଟ୍ରେନ ର ଗତି ସେତେବେଳେ ଘଣ୍ଟା ପ୍ରତି କୋଡିଏ କି. ମି ଥିଲା । ତେଣୁ ଅକସ୍ମାତ ବ୍ରେକ ମାରିବାରେ କିଛି ଅସୁବିଧା ନଥିଲା । ଟ୍ରେନ ଟି ଲୁପ ଲାଇନ ରେ ଯିବାର ନଥିଲେ ମଧ୍ୟ ସିଗନାଲ ଲୁପ ଲାଇନ ପାଇଁ ଦିଆ ଯାଇଥିଲା । ତେବେ ଏହି ତ୍ରୁଟି ଯୋଗୁଁ ସେମିତି କିଛି ବଡ଼ ଧରଣର ଦୁର୍ଘଟଣା ଘଟିନଥାନ୍ତା। କେବଳ ଏହି ତ୍ରୁଟି ଯୋଗୁଁ ଲୁପ ଲାଇନ ରେ ବ୍ରଷ୍ଟ ହୋଇଥାନ୍ତା। ଯଦ୍ୱାରା ରେଳବାଇ ର ସମ୍ପତ୍ତି ନଷ୍ଟ ହେଵା ସହ ଅପ ଲାଇନ ଓ ଡାଉନ ଲାଇନ ରେ ଟ୍ରାଫିକ ଯାମ ସହ ସମସ୍ତ ଟ୍ରେନ ଚଳାଚଳ ରେ ବହୁ ବିଳମ୍ବ ହୋଇଥାନ୍ତା...ସେହି ପରି କେତେକ ରେଳ ଯାତ୍ରୀ ମଧ୍ୟ ଆକସ୍ମିକ ବ୍ରେକ ଯୋଗୁଁ ଭୟ ପାଇ ଯାଇଥିଲେ ବୋଲି କହିଛନ୍ତି

Post a Comment

Previous Post Next Post