ନୂଆପଡା, ୨୩/୦୬ (ପରମେଶ୍ବର ମେହେର) ଜୁନ ୧୫ ତାରିଖ ଆସିଲେ ଚାଷୀ ମାନେ ଆଷାଢ଼ ମାସ ଆସିଗଲା ବୋଲି ଜମିରେ ହଲକରି ଧାନ ବୁଣି ଦେଇଥାନ୍ତି । ପାଖାପାଖି ୨୦/୨୨ ବର୍ଷ ତଳେ ଚାଷୀ ମାନେ ବୁଣିଥିବା ଚାଷ କୁ ବିହିଡା କରି ଅପରାହ୍ନ ସମୟ ରେ ରଥଯାତ୍ରା ଦେଖି ଯାଉଥିଲେ । କିନ୍ତୁ ବର୍ତ୍ତମାନ ଲୋକେ ଧାନ ବୁଣା ବିହାଡ଼ା ତ ଛାଡ଼ ସ୍ନାନ ସହିତ ପିଇବା ପାଣି ଟିକକ ପାଇଁ ଲୋକେ ନାହିଁ ତ ଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ସୂଚନା ମତେ ଖଡ଼ିଆଳ ବ୍ଳକ ଗଡରାମୁଣ୍ଡା ଗ୍ରାମ ପଞ୍ଚାୟତ ସାଗୁଣ୍ଡୁଙ୍ଗୁରି ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖା ଦେଇଛି । ଗ୍ରାମରେ ଗତ କିଛି ବର୍ଷ ହେଲା ବସୁଧା ଯୋଜନା ରେ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି । ସେଥିପାଇଁ ଗ୍ରାମରେ ଏକ ପାଣି ଟ୍ୟାଙ୍କ ମଧ୍ୟ ନିର୍ମାଣ ହୋଇଛି । ଏହି ପାଣି କୁସମାଲ ନଦୀରୁ ଯୋଗାଣ ହେଉଛି । ହେଲେ ଯୋଗାଣ ହେଉଥିବା କୁସମାଲ ମୋଟର ପାଖରୁ କେବୁଲ ଚୋରି ହେଉଥିବା ରୁ ପାଣି ଯୋଗାଣ ରେ ବ୍ୟାଘାତ ହେଉଛି । ଅଗାରୁ ଅନେକ ଥର ଏହି ପରି କେବୁଲ ଚୋରି ହୋଇଥିବା ବେଳେ ଗତ ୧୦ ଦିନରୁ ଅଧୁକ ହେବ ପୁଣି ଥରେ କେବୁଲ ଚୋରି ହେବାରୁ ଗ୍ରାମରେ ପାଣି ଯୋଗାଣ ବନ୍ଦ ହୋଇଯାଇଛି । ୫ ସହ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ଥିବା ଗ୍ରାମରେ କେବଳ ୨ ଗୋଟି ନଳକୂପ ରହିଛି । ଏହି ନଳକୂପ ରେ ମଧ୍ୟ ପାଣି କମ ବାହାରୁଛି । ଯାହାଫଳରେ ଶତାଧିକ ମହିଳା ମାନେ ରାତ୍ର ୩ ଘଣ୍ଟା ସମୟ ରୁ ଆସି ନଳକୂପରେ ଜଗି ପାଣି ନେଉଛନ୍ତି । ନଳକୂପ ରେ ପ୍ରାୟ ୨୦ ମିନିଟ ରେ ଗୋଟିଏ ଗରିଆ ପାଣି ବାହାରୁଛି । ଶତାଧିକ ମହିଳା ଙ୍କୁ ଗରାଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଯାହାଫଳରେ ଗ୍ରାମର ପୁରୁଷ ମାନେ ନିକଟସ୍ଥ ଗ୍ରାମ ମାନଙ୍କୁ ପାଣି ଆଣିଯାଉଛନ୍ତି । ଏବିଷୟରେ ଖଡ଼ିଆଳ ବିଡିଓ ବିରସେନ ବେହେରା ଙ୍କ ସହିତ ଯୋଗାଯୋଗ କରିବାରୁ ମୁ ବର୍ତ୍ତମାନ ପୁରୀ ରେ ଜଗନ୍ନାଥ ଙ୍କ ସେବାରେ ରେ ଅଛି । ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କୁ କହୁଛି ସେ ତୁରନ୍ତ କେବୁଲ ମରାମତି କରିବେ ଓ ପାଣି ଯୋଗାଇ ଦେବେ ବୋଲି ପ୍ରକାଶ କରିଥିଲେ । ଏବିଷୟରେ ଗଡରାମୁଣ୍ଡା ସରପଞ୍ଚ ବୃନ୍ଦାବନ ବାଗ ଙ୍କୁ ଯୋଗାଯୋଗ କରାଯିବାରୁ ଗ୍ରାମ ରେ ଗତ କିଛି ଦିନ କେବୁଲ ଚୋରି ହେବାରୁ ପାଣି ସମସ୍ୟା ରହିଥିଲା । ଏବିଷୟରେ ମୁ କନିଷ୍ଠ ଯନ୍ତ୍ରୀ ଙ୍କୁ ମଧ୍ୟ ଜଣାଇଥିଲି । ପରେ ଗତ କିଛିଦିନ ହେଲା ଟ୍ରାଙ୍କର ରେ ମଧ୍ୟ ପାଣି ଯୋଗାଇ ଦେଉଥିଲି । ଆଜି ସନ୍ଧ୍ୟା ସୁଦ୍ଧା କେବୁଲ ଲଗାଇ ପାଣି ଯୋଗାଣ କରି ଦିଆଯିବ ବୋଲି ଦୃଢ଼ ପ୍ରତିସୃତି ଦେଇଥିଲେ ।

Post a Comment