ସମ୍ଭବ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଜରୁରୀ ଆବଶ୍ୟକ ଥିବା ଜିନିଷ ସହଯୋଗ


କଟକ (ଆଜତକ୍ ଓଡ଼ିଶା) ସାମାଜିକ ଅନୁଷ୍ଠାନ ସମ୍ଭବ ଚରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନେକ ସେବା ଯୋଗାଉ ଥିବା ଭିତରୁ ଏହା ଅନ୍ୟତମ ସେବା । ଯେ କୌଣସି ଶରୀର ଅସୁସ୍ଥତା ହେଉ ଅବା ପାରଲିସ ରୋଗରେ ଆକ୍ରାନ୍ତ ହୋଇ ଘରେ ବିଛଣାରେ ପଡ଼ିଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ଦୁର୍ଘଟଣାରେ ପୀଡ଼ିତ ମେରୁଦଣ୍ଡ ଆଘାତରେ ଚାଲିବା ଶକ୍ତି ହରାଇ ଥିବା ଦିବ୍ୟାଙ୍ଗ ବ୍ୟକ୍ତି ହୁଅନ୍ତୁ ଆଜିକୁ ତିନି ବର୍ଷ ହେବ ଏହି ଭଳି ଅସୁବିଧାର ସମ୍ମୁଖିନ ହେଉଥିବା ଗରିବ ଲୋକ ମାନଙ୍କୁ ପରିସ୍ରା ନଳୀ ( Uro Bag ) ଯୋଗାଇ ଆସୁଛନ୍ତି ଓଡ଼ିଶାର ସବୁ ଜିଲ୍ଲାରରେ ଲୋକଙ୍କୁ ସେବା ଯୋଗାଉଛନ୍ତି । ଯେଉଁମାନେ ଘରେ ଘରେ ବିଛଣାରେ ପଡ଼ି ରୁହନ୍ତି ଦୀର୍ଘ ଦିନ ଧରି ସେମାନେ ଅର୍ଥ ଅଭାବରୁ ପରିସ୍ରା ନଳୀ କିଣିବା ପାଇଁ ହଇରାଣ ହୁଅନ୍ତୁ । ଏହି ଦୁଃଖର ବିଷୟକୁ ହୃଦୟଗମ କରି ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ଅଭାବି ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏକ ଛୋଟ ପ୍ରୟାସ କରିଛନ୍ତି ସେବା ମାଧ୍ୟମରେ ଯେଉଁଠି ଜାଣିବାକୁ ପାଆନ୍ତି ଏହି ଦୁଃଖ କଥା ଦୂର ବାଟ ହେଲେ ତାଙ୍କ ପାଖକୁ ବସ ଓ ପୋଷ୍ଟ ଠିକଣା ମାଧ୍ୟମରେ ପଠାନ୍ତି ଦିଅନ୍ତି ଓ ପାଖ ବାଟ ହେଲେ ନିଜେ ଯାଆନ୍ତି ଭେଟି ଦିଅନ୍ତି ଅଭାବି ଲୋକମାନେ ସହଯୋଗ ପାଇ ବହୁତ ଖୁସି ହୁଅନ୍ତି । ସମ୍ଭବ ଟ୍ରଷ୍ଟର ସମ୍ପାଦିକା ପ୍ରମିଳା ସିଂହ ଓ କୋଷାଧ୍ୟକ ସୁମିତ୍ରା ସାହୁ କହିଛନ୍ତି ଆଗକୁ ଏମିତି ସେବା ଜାରି ରହିବ ଲୋକ ମାନଙ୍କ ପାଇଁ ମଙ୍ଗଳ ନିମନ୍ତେ ।

Post a Comment

Previous Post Next Post