ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସାହାରା ସାଜିଛି ସମ୍ଭବ ଚରିଟେବୁଲ ଟ୍ରଷ୍ଟ


କଟକ (ଆଜତକ୍ ଓଡ଼ିଶା) କଟକ ଜିଲ୍ଲାର ସାମାଜିକ ଅନୁଷ୍ଠାନ ସମ୍ଭବ ଚରିଟେବୁଲ ଟ୍ରଷ୍ଟର ନିଆରା ସେବା କାର୍ୟ୍ଯ ଦିବ୍ୟାଙ୍ଗ ବ୍ୟକ୍ତିଗତ ସୁବିଧା ନିମନ୍ତେ କରାଯାଉଛି। ହଁ ଆଜ୍ଞା ଦିବ୍ୟାଙ୍ଗ ଲୋକଙ୍କୁ ଖୁସି ବାଣ୍ଟିବାର ଛୋଟ ପ୍ରୟାସ କରିଛନ୍ତି ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ସବୁ ଜିଲ୍ଲାରେ ଯେଉଁଠି ଯେକୌଣସି ଜିଲ୍ଲାରେ ଯେକୌଣସି ଅବସ୍ଥାରେ ଯଥା ପାରଲିସ ରୋଗରେ ହେଉ କି ଜନମରୁ କିମ୍ବା ସଡ଼କ ଦୁର୍ଘଟଣାରେ ହେଉ ଯଦି କୌଣସି ଦିବ୍ୟାଙ୍ଗ ଲୋକ ଶାରିରୀକ ଅସୁସ୍ଥ ଥାଆନ୍ତି ଚାରି ନପାରନ୍ତି ଘରେ ବିଛଣାରେ ପଡ଼ି ରହିଥାନ୍ତି ତେବେ ତାଙ୍କୁ ସହଯୋଗର ହାତ ବଢାନ୍ତି ବିପଦର ବନ୍ଧୁ ସମ୍ଭବ ଚରିଟେବୁଲ ଟ୍ରଷ୍ଟ ଯେମିତି କି Air Bed,Water Bed,Wheel Chair,ଆଶା ବାଡ଼ି Bedpen, Commode Toilet ଇତ୍ୟାଦି ପ୍ରଦାନ କରନ୍ତି ବିନା ମୂଲ୍ୟରେ ମାଗଣାରେ ଯେଉଁ ଦିବ୍ୟାଙ୍ଗ ଅଭାବି ଲୋକ ଏସବୁ ଜିନିଷ କିଣିବା ପାଇଁ ଅସମର୍ଥ ଅର୍ଥ ଅଭାବରୁ କିଣି ପାରୁ ନାହାଁନ୍ତି ଅସୁବିଧାରେ ଚଳୁଥାନ୍ତି ତାଙ୍କୁ ସହଯୋଗ କରାହୁଏ ଏସବୁ ଜିନିଷ,ଯଦି ଦୂର ବାଟ ହୁଏ ତେବେ ବସ କିମ୍ବା ପୋଷ୍ଟ ଠିକଣାରେ ପଠାଯାଏ ଆଉ ପାଖ ବାଟ ହୋଇଥିଲେ ପାଖକୁ ଯାଇ ଘରକୁ ଭେଟିକି ଦିଆଯାଏ ଦିବ୍ୟାଙ୍ଗ ଲୋକଙ୍କ ମାନେ ଚାଲି ନପାରିବା କାରଣରୁ ବହୁତ କଷ୍ଟ ଦୁଃଖ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି ତେଣୁ ତାଙ୍କର ଟିକିଏ ଉପକାର କରି ତାଙ୍କ ମନରେ ସାହାସ ଭରିବା ପାଇଁ ଛୋଟ ପ୍ରୟାସ କରିଛୁ ସମ୍ଭବ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ କହିଛନ୍ତି ଆଗକୁ ଏମିତି ସେବା କାର୍ୟ୍ଯ ଜାରି ରହିବ ସମାଜର ମଙ୍ଗଳ ପାଇଁ ।

Post a Comment

Previous Post Next Post