ପଶ୍ଚିମ ଓଡ଼ିଶା ର କର୍କଟ ରୋଗୀ ଙ୍କ ପାଇଁ ଦେବଦୁତ୍ ସାଜିଛନ୍ତି ଡାକ୍ତର ଆଶୁତୋଷ

କର୍କଟ ରୋଗୀ ଙ୍କ ସଚେତନତା ସହ ଗରିବ ଲୋକ ଙ୍କୁ ମାଗଣା ପରାମର୍ଶ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ବର୍ତ୍ତମାନ ପଶ୍ଚିମ ଓଡ଼ିଶା କର୍କଟ ରୋଗ ର ରାଜଧାନି ପାଲଟିଛି, ସଚେତନତା ଅଭାବ ଯୋଗୁଁ ଏହି ରୋଗ ଆକ୍ରାନ୍ତ ସଂଖ୍ୟା ଦିନ କୁ ଦିନ ବଢିବା କୁ ଲାଗୁଛି ଏହି ପରିସ୍ଥିତି ରେ କଣ୍ଟାବାଞ୍ଜି ର ଡ଼ାକ୍ତର ଆଶୁତୋଷ ଦାସ ଶର୍ମା କର୍କଟ ରୋଗ ବିଶେଷଜ୍ଞ ତାଙ୍କ ପାଇଁ ଦେବଦୁତ୍ ସାଜିଛନ୍ତି, କଣ୍ଟାବାଞ୍ଜି ର ପ୍ରଖ୍ୟାତ ଓକିଲ ବିଷ୍ଣୁ ପ୍ରସାଦ ଶର୍ମା ଙ୍କ ଜ୍ୟେଷ୍ଠ ପୁତ୍ର ଅଛନ୍ତି ଡାକ୍ତର ଆଶୁତୋଷ, କଣ୍ଟାବାଞ୍ଜି ସରକାରୀ ହାଇସ୍କୁଲ ଅଧ୍ୟୟନ କରି ବେଂଲୋର୍ ମେଡିକାଲ କଲେଜ ଓ ରିସର୍ଚ୍ଚ ରୁ ୨୦୦୭ ମସିହା ରେ ଏମବିବିଏସ ହୋଇଥିଲେ ,ଏହାପରେ ୨୦୧୪ ରେ ଗୁଜରାଟ କେଂସର୍ ରିସର୍ଚ୍ଚ ଅହମଦାବାଦ ରୁ ଏମଡି କର୍କଟ ରୋଗ ହୋଇ ଟାଟା ମେମୋରିଆଲ ହସପିଟାଲ ମୁମ୍ବାଇ ରେ ୨ ବର୍ଷ ପ୍ରସିକ୍ଷୁ ଚିକିତ୍ସକ ହୋଇ କାର୍ଯ୍ଯ କରିଥିଲେ, ଏହା ସହ ରାୟପୁର ଛତିଶଗଡ ବାଲକୋ କ୍ୟାନ୍ସର ହସପିଟାଲ ରେ ସେବା ଦେଲା ପରେ ବର୍ତ୍ତମାନ ଏନଏଚଏମଏମଆଇ ନାରାୟ ନା ରାୟପୁର ଚାକିରି କରୁଛନ୍ତି,ହେଲେ ପଶ୍ଚିମ ଓଡ଼ିଶା ର ଯେ କୋନଶି ଲୋକ ଙ୍କ କର୍କଟ ରୋଗ ପାଇଁ ସହଯୋଗ କରିଥିବା ନଜିର ରହିଛି, ଗରିବ ଲୋକ ଙ୍କୁ ମାଗଣା ପରାମର୍ଶ ଦିଅନ୍ତି ଡାକ୍ତର ଆଶୁତୋଷ ସମୟ ସମୟ ରେ ନିଜ ଜନ୍ମମାଟି କଣ୍ଟାବାଞ୍ଜି ରେ ମାଗଣା ପରାମର୍ଶ ଶିବିର ଯୋଗ ଦିଅନ୍ତି ଡାକ୍ତର ଆଶୁତୋଷ,ଏହା ସହ ବିଭିନ୍ନ ଅନୁଷ୍ଠାନ ରେ ମାଗଣା ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦିଅନ୍ତି, ଏପରି କୋନସି ଆୟୋଜନ ପାଇଁ ନିଜର କନସୀ ଫିସ ନିଅନ୍ତି ନାହିଁ ଏହା ସହ କେମିତି ଲୋକ ଭଲ ଚିକିତ୍ସା କରାଇ ପାରିବେ ସେଥିପାଇଁ ସବୁ ବେଳେ ଚେଷ୍ଟା କରନ୍ତି,ତାଙ୍କ କହିବା ଅନୁଯାୟୀ ଧୁମ୍ରପାନ, ସଚେତନତା ଅଭାବ, ଅନିୟନ୍ତ୍ରିତ ଖାଦ୍ୟ, ଜୀବନସେଲି ର ଅସନ୍ତୁଳନ ଯୋଗୁଁ ଏହି ରୋଗ ର ଆକ୍ରାନ୍ତ ସଂଖ୍ୟା ବଢୁଛି,ବର୍ତ୍ତମାନ ମଧ୍ୟ ଆମର ପଶ୍ଚିମ ଓଡ଼ିଶା କର୍କଟ ରୋଗ ଚିକିତ୍ସା କ୍ଷେତ୍ର ବହୁ ପଛେ ରହିଛି କଣ୍ଟାବାଞ୍ଜି ମୋ ଜନ୍ମମାଟି ରହିଛି ଏହା ସହ ପଶ୍ଚିମ ଓଡ଼ିଶା ଲୋକ ଙ୍କ ପାଇଁ ଯଦି ମୁଁ କିଛି କରି ପାରେ ଏହା ମୋ ପାଇଁ ବହୁ ଗର୍ବ ର ବିଷୟ,ଡାକ୍ତର ଆଶୁତୋଷ ଙ୍କ ଏହି ସେବା ମନୋଭାବ କୁ କଣ୍ଟାବାଞ୍ଜି ବାସୀ ପ୍ରସଂଶା କରନ୍ତି ତାହା ନୁହେଁ,ପଶ୍ଚିମ ଓଡ଼ିଶାର ବହୁ ଅନୁଷ୍ଠାନ ତାଙ୍କ ଏହି ସେବା ମନୋଭାବ ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି

Post a Comment

Previous Post Next Post