ତୁଷୁରା : (ଆଜତକ୍ ଓଡ଼ିଶା) ତୁଷୁରା ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡ ଖର୍ଡଠାରେ ୧୦, ୧୨ ଜଣ ଲେଖାଏ ମା’ମାନଙ୍କୁ ନେଇ ୧୧ଟି ଏସଏଚଜି ରୂପ ଗଠନ କରାଯାଇଛି। ଏହି ସମସ୍ତ ଗୃପର ବୈଠକ ପାଇଁ ଖର୍ଚା ପ୍ରାଥମିକ ସ୍କୁଲ ସମ୍ମୁଖରେ ୫ ଲକ୍ଷ ୩୦ ହଜାର ଟଙ୍କା ବିନିଯୋଗରେ ଏକ ମିଶନ ଶକ୍ତି ଗୃହ ତିଆରି ହୋଇଛି। ସୂଚନା ଫଳକରେ ୨୦୨୧-୨୨ରେ ତିଆରି ହୋଇଥିବା ଉଲ୍ଲେଖ ରହିଛି । ଆଜି ପର୍ଯ୍ୟନ୍ତ ଏହି ମିଶନ ଶକ୍ତି ଗୃହକୁ କାର୍ଯ୍ୟକାରୀ କରା ନଯାଇ ଲାଗିଥିବା ଟିଣ କବାଟରେ ତାଲା ଗୋଟିଏ ଝୁଲୁଥିବା ଦେଖିବାକୁ ମିଳୁଛି। ଏହି ୱାର୍ଡର ମିଶନ ଶକ୍ତି ମା'ମାନେ ନିଜ ନିଜ ଗୃପର ଭଲମନ୍ଦ ବିଷୟରେ ଆଲୋଚନା କରିବା ପାଇଁ ପ୍ରତ୍ୟେକ ମାସରେ ଥରେ ଦୁଇ ଥର ଲେଖାଏଁ ବୈଠକ କରିଥାନ୍ତି। ମିଶନ ଶକ୍ତି ଗୃହରେ ତାଲା ପଡିଥିବାରୁ କାହାର ଘର ବାରଣ୍ଡାରେ ନ ହେଲେ କାହାର ଶକ୍ତି ଦୁଆରେ ବୈଠକ କରୁଥିବା ଦେଖିବାକୁ ମିଳୁଛି। ଏ ବାବଦରେ ତୁଷୁରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇନି ଏବଂ ତାହା ସିଡିପିଓଙ୍କ ତରଫରୁ ଏସଏଚଜି ଗୃପକୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ।

Post a Comment