ଧର୍ମଗଡ଼ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଂଘ ତରଫରୁ ରେମିଡ଼ିଆଲ,ପାର୍ଟ ଟାଇମ ଛଟେଇ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଫାଇଭ-ଟି ସଚିବ ଭି.କାର୍ତ୍ତିକ ପାଣ୍ଡିଆନ ଙ୍କୁ ଧର୍ମଗଡ଼ ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସୂଚନା ମୁତାବକ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ସନ ୨୦୦୬-୨୦୦୭ ମସିହାରେ ଶିକ୍ଷକର ଘୋର ଅଭାବ ଥିବା ସମୟରେ ଏନ.ପି.ଇ.ଜି. ଇ.ଏଲ ସ୍କିମ ଜରିଆରେ ମାଳତୀ ଚୌଧୁରୀ ବିକାଶ କେନ୍ଦ୍ର ଜରିଆରେ ସରକାରଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ଭି.ଇ.ସି କମିଟି ଓ ସି.ଏଲ.ସି.ସି ସଦସ୍ୟ ମାନଙ୍କ ସୁପାରିଶ କ୍ରମେ ୩ମାସ ଲେଖାଏଁ ମାସକୁ ୫୦୦ଟଙ୍କା ବେତନରେ ସକାଳ ଘ.୧୦ ରୁ ଅପରାହ୍ନ ୪ଟା ଯାଏ ଶିକ୍ଷାଦାନ ଦେବା ପାଇଁ ନିଯୁକ୍ତି ଦିଆ ଯାଇଥିଲା । ଓ ପରେ ୨୦୧୧ ମସିହାରେ ଛଟେଇ କରାଯାଇଥିଲା । ତେଣୁ ନିଯୁକ୍ତି ହୋଇଥିବା ସମସ୍ତ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ ଶିକ୍ଷକ ଭାବେ ବିବେଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦିଆ ଯାଇଥିବା ଅଭିଯୋଗ ପତ୍ର ଗୁଡ଼ିକୁ ସରକାରଙ୍କ ଦୃଷ୍ଟି କୁ ଆଣି ସମସ୍ୟାର ସମାଧାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ଫାଇଭ-ଟି ସଚିବ ଭି.କାର୍ତ୍ତିକ ପାଣ୍ଡିଆନ କହିଥିଲେ । ଏହି ଅଭିଯୋଗ ଜଣାଇବା ସମୟରେ ଧର୍ମଗଡ଼ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଙ୍ଘ ସଭାପତି ସୁଧୀର ଗୋପାଳ, ସଂପାଦକ ଆରତୀ ମୋଟେଲ, ସଦସ୍ୟ ସରିତା ସେନାପତି, ହରାମଣି ନାଏକ, ତପସ୍ୱିନୀ ନାଏକ, ସରୋଜିନୀ ଗୋପାଳ,ଲଳିତା ଗୋପାଳ,ଅନୁପମା ପୁଝାରୀ,ଭୂମିସୁତା ଦୁର୍ଗା ପ୍ରମୁଖ ସାମିଲ ରହିଥିଲେ ।

Post a Comment