ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ପ୍ରିୟଦର୍ଶିନୀ ନାଏକ ଟପ୍ପର


ଭବାନୀପାଟଣା ୨୧/୦୫ (ଶ୍ୟାମସୁନ୍ଦର ମାଝୀ) ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ଦଶମ ପରିକ୍ଷାରେ କଳାହାଣ୍ଡି ଜିଲ୍ଲାର ପାସ ହାର ୯୬.୫୦%ଥିଲାବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଟିପିଗୁଡା ପଞ୍ଚାୟତ ଅନ୍ତର୍ଗତ ରଏନଗୁଡ଼ା ଗ୍ରାମର ପିତା ଜିତେନ୍ଦ୍ର ନାଏକ ଓ ମାତା ସୌଦାମିନୀ ନାଏକଙ୍କ ସୁକନ୍ୟା ପ୍ରିୟଦର୍ଶିନୀ ନାଏକ ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବାଧିକ ୫୭୫( ୯୫.୮୩)ମାର୍କ ରଖି କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମେଦିନୀପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି।ତାଙ୍କର ଶିକ୍ଷା ଜୀବନ ପ୍ରଥମେ ବାଞ୍ଜିପଦର୍ ଶୀଶୁ ମନ୍ଦୀରରୁ ଆରମ୍ଭ ହୋଇଥିଲା। ଏହି ସଫଳତା ପଛରେ ବାପା,ମାଁ, ଗୁରୁଜୀ ଗୁରୁମାଙ୍କ ଆଶୀର୍ବାଦ ଓ ପରିଶ୍ରମ ଯୋଗୁ ସଫଳ ହେଇ ପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଟିପିଗୁଡ଼ା ପଞ୍ଚାୟତ ସରପଞ୍ଚ ହାତିରାମ ଦୁର୍ଗା, ଜିଲ୍ଲା ପଣ୍ଡରାମାଳି ସମାଜ ସଭାପତି ଦୁର୍ଗାପ୍ରାସାଦ ନାଏକ, କାର୍ଯ୍ୟକାରୀ ସଭାପତି ତୁଲେଶ୍ୱର୍ ନାଏକ,ଶିକ୍ଷକ ଯାଦବ ପଟେଲ, କଳାହାଣ୍ଡି ଜିଲ୍ଲା ଚାଇଲଡ ଫଣ୍ଡ ସଂସ୍ଥାର ମୁଖ୍ୟ ରାଜେଶ କୁମାର ପଟ୍ଟନାୟକ , ଯୁବ ସମାଜସେବୀ ସୌମ୍ୟ ରଞ୍ଜନ ନାଏକ, ଓସିଏ ପେନାଲ ଅମ୍ପିଆର ତେଜନ୍ କୁମାର ଦୁର୍ଗା, ସୁନ୍ଦର୍ ନାଏକ, ଫିଲିପ ଦାସ, ଛାତ୍ରନେତା ଚିତ୍ତରଞ୍ଜନ ଭୋଇ, କ୍ରିଷ୍ଣା ଦାସ ନାଏକ ପ୍ରମୁଖ ସମେତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ପ୍ରିୟଦର୍ଶିନୀ ତାଙ୍କର ପ୍ରତିକ୍ରିୟାରେ ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ରୋଗୀସେବା କରିବି ବୋଲି ପ୍ରକାଶ କରିଛନ୍ତି।

Post a Comment

Previous Post Next Post