5T ସଚିବ ଙ୍କୁ ଶିକ୍ଷକ ସଂଘ ର ଦାବିପତ୍ର ପ୍ରଦାନ


ଖଡ଼ିଆଳ : (ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖଡିଆଳ ଠାରେ ନୂଆପଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ଏକ୍ସକେଡର ମହାସଂଘ ତରଫରୁ ସଂଘ ର ରାଜ୍ଯ କାର୍ଯ୍ଯକାରୀ ସଭାପତି ତଥା ଜିଲ୍ଲା ସଂପାଦକ ଅଲେଖ ସାହୁଙ୍କ ନେତୃତ୍ବ ରେ ତିନି ଦଫା ର ଏକ ଦାବିପତ୍ର ଯଥା , ଏକ୍ସକେଡର ଶିକ୍ଷକ ମାନଙ୍କୁ ସର୍ବଶିକ୍ଷା ଅଭିଯାନ ରେ କରାଯାଇଥିବା ଡେପୁଟେସନ କୁ ବାତିଲ କରି ଏକ୍ସକେଡର ବ୍ୟବସ୍ଥା ଉଛେଦ ସହ କେଡରଭୁକ୍ତ କରିବା, ସମସ୍ତ ଏକ୍ସକେଡର ଶିକ୍ଷକ ମାନଙ୍କୁ 1.3.2020 ମସିହାରୁ ବନ୍ଦଥିବା ଇନକ୍ରିମେଣ୍ଟ ପ୍ରଦାନ କରିବା ସହ ଯୋଗ୍ଯ ଗଣଶିକ୍ଷକ ମାନଙ୍କୁ ନିୟମିତ କରିବାର ଦାବିପତ୍ର ପ୍ରଦାନ କରାଯାଇଛି । 5T ସଚିବ ଦାବିଗୁଡିକୁ ତଯ୍ଯମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି ପ୍ରତିଶୃତି ଦେଇଥିଲେ।ଦାବିପତ୍ର ପ୍ରଦାନ ବେଲେ ଜିଲ୍ଲା କର୍ମକର୍ତ୍ତା ମନୋଜ ମେହେର, ମକରଧ୍ୱଜ ବେହେରା ,ସୁରେଶ କ୍ଷେତ୍ରୀ, ରତ୍ନାକର ଠେଲା ଓ ସତ୍ଯ ପଟେଲ ଉପସ୍ଥିତ ଥିଲେ।

Post a Comment

Previous Post Next Post