ନୂଆପଡ଼ା ଜିଲ୍ଲାର ବିଭିନ୍ନ କଲେଜର ଜିଲ୍ଲା ଛାତ୍ର ସଂଘର ଆଲୋଚନାଚକ୍ର ଅନୁଷ୍ଠିତ


ନୂଆପଡ଼ା : (ସୁଶାନ୍ତ କୁମାର ବେହେରା) ରବିବାର ଦିବା ୧୧ ଘଟିକା ସମୟରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅଗ୍ରେସନଭବନ ଭବନଠାରେ ଜିଲ୍ଲାର ବିଭିନ୍ନ କଲେଜର ଜିଲ୍ଲା ଛାତ୍ର ସଂଘର ୱଟସପ ଗୃପର ଆଡ଼ମିନ ଛାତ୍ର ଛାତ୍ରୀମାନଙ୍କୁ ନେଇ ଟୁଲୁ ବାବୁ ଙ୍କ ନେତୃତ୍ବରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ସୂରେଶ ଦଣ୍ଡସେନା। କଲେଜ୍ ଛାତ୍ର ଛାତ୍ରୀମାନଙ୍କର ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ନମ୍ବର ୧- ଶ୍ରେଣୀ ଗୃହର ଅଭାବ, ୨- ଲାଇବ୍ରେରୀ ରେ ପୁସ୍ତକର ଅଭାବ, ୩- ବିଜ୍ଞାନ ବିଭାଗର ଲାବ୍ରୋଟାରିରେ ପ୍ରାକଟିକାଲ ଉପକରଣର ଅଭାବ, ୪- କଲେଜ ରେ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ଅଭାବ, ୫- କଲେଜମାନଙ୍କରେ ନୂତନ ବିଭାଗର ଅଭାବ, ୬- ଅର୍ଥାଭାବରୁ ଛାତ୍ର ପାଠ ଛାଡିବା ଓ ଦାଦନ ଖଟିଯିବା, ୭- ବସରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ୫୦/ ରିହାତି, ୮- କଲେଜର ଆଡ଼ମିଶନ ଫିଜ ଓ ରି ଆଡ଼ମିଶନ ଫିଜର ଅହେତୁକ ବୃଦ୍ଧିର ସମାଧାନ, ୯- କଲେଜ‌ କତୃପକ୍ଷଙ୍କ କଲେଜ୍ ଛାତ୍ର ଛାତ୍ରୀଙ୍କୁ ନିର୍ଯ୍ୟାତନା, ୧୦- ପ୍ରତ୍ୟେକ ବ୍ଲକରେ ସେଟ୍ରାଲ ଲାଇବ୍ରେରୀର ଆବଶ୍ୟକତା। ସମାଧାନ- ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ଛାତ୍ର ବୃତ୍ତି ଓ ଶିକ୍ଷା ସହାୟତା ଯୋଜନା ଯଥା- ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା, ST/SC ସ୍କୋଲାରସିପ, ପ୍ରତ୍ୟେକ ବ୍ଲକରୁ ଜିଲ୍ଲା ମୂଖ୍ୟାଲୟକୁ ସରକାରୀ ବସ ଯୋଗାଯୋଗ ଓ ଛାତ୍ର ଛାତ୍ରୀମାନଙ୍କୁ କନସେସନ, MLA- LADS ଓ MP- LADS ରୁ ଆର୍ଥିକ ସହଯୋଗ ଦେଇ ଶ୍ରେଣୀ ଗୃହର ଅଭାବ ଓ ବିଜ୍ଞାନ ଲାଇବ୍ରେରୀର ପ୍ରାକଟିକାଲ ଉପକରଣର ଅଭାବ କୁ ଦୁରିକରଣ କରିବା, ଲାଇବ୍ରେରୀ ପାଇଁ ପ୍ରତ୍ୟେକ ବ୍ଲକରରୁ ଏକ ଏକର ଜମି ପ୍ରଦାନ ତହସିଲଦାରଙ୍କ ଦ୍ବାରା ପୂରଣ କରିବେ। ପ୍ରତି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଦ୍ଵାରା ପାର୍କ କରାଯାଉଛି । ଆମ ସଂଘର ଲକ୍ଷ ହେଉଛି ପ୍ରତି ପଞ୍ଚାୟତରେ ଲାଇବ୍ରେରୀ ଦେବାର ବ୍ୟବସ୍ଥା । ସରକାରଙ୍କ ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ପାଠପଢା ଛାଡି ଟାଇମ୍ ପାସ୍ କରନ୍ତୁ, ମୂର୍ଖ ହୋଇ ବୁଲନ୍ତୁ, ଦାଦନ ଖଟି ଯାଆନ୍ତୁ, ଆମ ଦଲିୟ କାର୍ଯ୍ୟ କ୍ରମରେ ଯୋଗଦେଇ ଜିନ୍ଦାବାଦ ମୂର୍ଦାବାଦ‌ କରନ୍ତୁ। କଲେଜ୍ ମାନଙ୍କର ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ କୁ ରାଜ୍ୟ ସରକାରଙ୍କ ଚୟନକାରି ସଂସ୍ଥା ଯଥା -OSSC, OSSSC, SSB, OPSC ମାଧ୍ୟମରେ ଖାଲିଥିବା ପଦବୀ ମାନଙ୍କୁ ଯଥାଶୀଘ୍ର ପୂରଣ କରାଯାଉ । ବଡ଼ ବଡ଼ ସହର ଯଥା - କଟକ, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁରରେ ମୋ ବସ ସେବା ମାଧ୍ୟମରେ ଛାତ୍ର ଛାତ୍ରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କର ଗମନାଗମନର ସୁବିଧା ହୋଇ ପାରିଛି। ଆମ ଛାତ୍ର ସଂଘର ଦାବି ପ୍ରତ୍ୟେକ ବ୍ଲକ ଓ ଅନ୍ୟାନ୍ୟ ଦୂର୍ଗମ ଓ ପଛୁଆ ଅଞ୍ଚଳରୁ ‌ଜିଲ୍ଲା ମୂଖ୍ୟାଳୟକୁ ସରକାରୀ ବସ ସେବା ସରକାର ଯୋଗାଇ ଦିଅନ୍ତୁ। ଅଭିଭାବକ ନଥିବା ଛାତ୍ର ଛାତ୍ରୀମାନଙ୍କ ପାଇଁ ପାଠ ପଢା ପାଇଁ ରାଜ୍ୟ ସରକାର ନୂତନ ସରକାରୀ ଯୋଜନା କରନ୍ତୁ । ଯେପରି ଛାତ୍ରଛାତ୍ରୀମାନେ ପାଠ ପଢ଼ାରୁ ବଞ୍ଚିତ ନହେବେ, ଏହି ବୈଠକରେ ଉପସ୍ଥିତ ଛାତ୍ର -ଧରମେଦ୍ର ବାଗ, ଦେବାରଚନ ବନଛୋର,କାହ୍ନାଇ ରଣା, ଅଶୋକ ବାଗ, ସୁରେଶ ଦଣ୍ଡସେନା, ସତ୍ୟସାଇ ଜଗତ ଏବଂ ସଭି ସେସରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କଲେ।

Post a Comment

Previous Post Next Post