ଭବାନୀପାଟଣା ୨୨/୩ (ଶ୍ୟାମସୁନ୍ଦର ମାଝୀ) ଓଡିଆ ସାହିତ୍ୟକୁ କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ମାନଙ୍କ ତୀକ୍ଷ୍ଣ ଲେଖନୀ ଓ ଧାରା ସବୁବେଳେ ଏକ ସ୍ଵତନ୍ତ୍ର ପରିଚୟ ଦେଇଆସିଛି । ଏହି ଓଡିଆ ସାହିତ୍ୟର ଧାରାକୁ ଆଉ ଏକ ସ୍ଵତନ୍ତ୍ର ଫର୍ଦ୍ଦରେ ଯୋଡି ଦେଇଛନ୍ତି କଳାହାଣ୍ଡି ମାଟିର ବଲିଷ୍ଠ ଆଦିବାସୀ ସ୍ୱର କବି ଅଜିତ କୁମାର ଭୋଇ । ଓଡ଼ିଆ ସାହିତ୍ୟକୁ ଏକ ନୂତନ ସୃଷ୍ଟି ଦେଇ କବି ଅଜିତ କୁମାର ଭୋଇ ଓଡିଆ ସାହିତ୍ୟରେ କଳାହାଣ୍ଡି ମାଟିର ନୂତନ ପ୍ରତିନିଧିତତ୍ତ୍ୱର ଡାକରା ଦେଇଛନ୍ତି ।କବିଙ୍କ ପ୍ରକାଶିତ କବିତା ସଂକଳନ ନାଆଁ "ଉଲଗୁଲାନ" ଯାହା ମାଟି ଓ ମାଟିର ମଣିଷ ମାନଙ୍କ ଡାକରା ଦିଏ । ବିଶ୍ଵ କବିତା ଦିବସ ଅବସରରେ କଟକର ଶତାବ୍ଦୀ ଭବନଠାରେ ଉଲଗୁଲାନ ଉନ୍ମୋଚନ ହୋଇ ଯାଇଛି। ଉଲଗୁଲାନ ପୁସ୍ତକଟିକୁ ପ୍ରକାଶିତ କରିଛନ୍ତି କଟକର ପ୍ରସିଦ୍ଧ ପ୍ରକାଶନି ସଂସ୍ଥା "ଆଦିତ୍ୟ ଭାରତ ପ୍ରକାଶନି" । ଉଲଗୁଲାନ ପୁସ୍ତକକୁ ଲୋକାର୍ପଣ କଲେ ଓଡ଼ିଶା ବରିଷ୍ଠ କବି ଅମରେଶ ପଟ୍ଟନାୟକ, ସୌଭାଗ୍ୟ କୁମାର ମିଶ୍ର, ସୂର୍ଯ୍ୟ ମିଶ୍ର ଏବଂ ପ୍ରକାଶକ ଦେବାଶିଷ ସାମନ୍ତରାୟ । ପୁସ୍ତକର ସମୀକ୍ଷା କରିଥଲେ ବଶିଷ୍ଠ କବି କବୟିତ୍ରୀ ସୁଜାତା ମହାପାତ୍ର ଓ ଭାରତ ମାଝୀ । ମଞ୍ଚରେ ଉପସ୍ଥିତ ଥିଲେ ଓଡିଆ ସାହିତ୍ୟର ଆହୁରି ଅନେକ ବରିଷ୍ଠ ଓ ପ୍ରସିଦ୍ଧ କବି ଲେଖକ ସେମାନଙ୍କ ମଧ୍ୟରୁ ଦୀପକ ସାମନ୍ତରାୟ , ରବି ସ୍ୱାଇଁ, ମୋହିତ ଚକ୍ରବର୍ତ୍ତୀ, ହିମାଂଶୁ ପରିଡା, ନରେନ୍ଦ୍ର କୁମାର ମିଶ୍ର ଭଲି ଅନେକ ଜଣାଶୁଣା କବି ଲେଖକ ।
କବି ଅଜିତ କୁମାର ଭୋଇ ଏକା ଧାରାରେ ଜଣେ ଶିକ୍ଷକ, କବି ,ସମାଜସେବୀ ଓ ଆଦିବାସୀ ଲୋକ ସଂସ୍କୃତି ଗବେଷକ ଭାବେ ବେସ ପ୍ରସିଦ୍ଧ । ତାଙ୍କ ଅନେକ ଆଦିବାସୀ ଗବେଷଣା ପୁସ୍ତକ ଆଗାମୀ ଦିନ ମାନଙ୍କରେ ପ୍ରକାଶିତ ଅପେକ୍ଷାରେ । ପ୍ରେମ ଓ ପ୍ରତାରଣାକୁ ନେଇ କବିତା ଲେଖୁଥିବା ବେଳେ ତାଙ୍କ ଉଲଗୁଲାନ୍ ସାଂପ୍ରତିକ ସମୟରେ ହେଉଥିବା ଆଦିବାସୀ, ଦଳିତ, ନିଷ୍ପେସିତ ମାନଙ୍କ ଶୋଷଣ, ଦମନ ଓ ବିସ୍ଥାପନକୁ ନେଇ ପ୍ରତିରୋଧର କବିତା ଯାହା କବି ଓ ପୁସ୍ତକକୁ ସ୍ଵତନ୍ତ୍ରତା କରେ । ଓଡ଼ିଶା ସାହିତ୍ୟରେ ପ୍ରତିରୋଧ ସାହିତ୍ୟର ଧାରାକୁ ଆଗେଇ ନେଇଛନ୍ତି କଳାହାଣ୍ଡି ମାଟିର ଭୋକ, ଦୁଃଖ, ଦାଦନ ଓ ଦମନକୁ କେନ୍ଦ୍ରକରି ସାହିତ୍ୟ ରଚନାର ଧାରାକୁ ।
ଏ ପୁସ୍ତକ ପାଇଁ ଲେଖକଙ୍କୁ ବିଭିନ୍ନ ମହଲରୁ ଶୁଭେଛା ବାର୍ତ୍ତାର ସୁଅ ଛୁଟୁଛି । ଶିକ୍ଷକ ସମାଜ, ବିଭିନ୍ନ ସାମାଜିକ ସଂଘଠନ, ଯଥା କଳାହାଣ୍ଡି ଆଦିବାସୀ ସଂଘଠନ, ଜିଲ୍ଲା କନ୍ଧ ସମାଜ କଳାହାଣ୍ଡି , ଜନବାଦୀ ସାହିତ୍ୟ ସଂଘଠନ ଭଳି ଅନେକ ସମାଜ ସଂଘଠନ ପ୍ରମୁଖ କବିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଉଲଗୁଲାନ ଆଦିବାସୀଙ୍କ ଅସ୍ମିତା ଲଢେଇର ବାର୍ତ୍ତାବହ ହେବା ସହ କଳାହାଣ୍ଡି ମାଟି ପାଇଁ ଗୌରବ ଆଣିବ ବୋଲି ଲେଖକ ତଥା ବୁଦ୍ଧିଯିବି ବର୍ଗ ଅଭିନନ୍ଦନ ଜଣାଇଛନ୍ତି ।
Post a Comment