ସିନାପାଲି,(ପରମେଶ୍ବର ମେହେର) ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ଥାନୀୟ ହାଇସ୍କୁଲର ଏନସିସି କକ୍ଷରେ ବିଶ୍ୱ କବିତା ଦିବସ ମଙ୍ଗଳବାର ପାଳିତ ହୋଇଛି । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ଅଂଚଳର କବି ଲେଖକ ଯୋଗଦାନ କରି କବିତାକୁ ସାହିତ୍ଯର ପ୍ରାଣ ବୋଲି କହିବା ସହ କବିତା କେବଳ ପାଠକର ମନକୁ କିଣେ ନାହିଁ ବରଂ ଏହା ମାନବୀୟ ସହୄଦୟତା ସୃଷ୍ଟି କରିବାରେ ସହାୟକ ହୁଏ ବୋଲି ମତବ୍ଯକ୍ତ କରିଥିଲେ । କାର୍ଯ୍ଯକ୍ରମର ପ୍ରାରମ୍ଭରେ ବଂଶୀଧର ଜଗତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହାପରେ ପ୍ରଭୁ ଗଜାନନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ଯାର୍ପଣ କରାଯାଇ କାର୍ଯ୍ଯକ୍ରମର ଶୁଭାରମ୍ଭ କରାଯାଇଥିଲା । କଣ୍ଠଶିଳ୍ପୀ ଚୂଡ଼ାମଣି ମେହେର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏ ଅବସରରେ ମୁରଲିଧର ସା, ଚିନ୍ତାମଣି ସାହୁ, ଲଳିତ କୁମାର ସୁନାରୀ, ପରେଶନାଥ ପାଣିଗ୍ରାହୀ, ପ୍ରେମାନନ୍ଦ ମେହେର, ଶିବପ୍ରସାଦ ମେହେର, ବିଜୟ କୁମାର ଯୋଷୀ, କୁମୁଦବନ୍ଧୁ ଯୋଷୀ, ନିଲାଂଚଳ ମେହେର, ନିକୁଞ୍ଜବିହାରୀ ସା, ଗୌତମ ମେହେର, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ଲୋଚନ ମେହେର, କମଳଜିତ ବୈକାର, ଯଶୋବନ୍ତ ସା, ଭ୍ରମରଦର ବାଗ, ରଞ୍ଜନ ସା, ହରେକୃଷ୍ଣ ମେହେର, ମନୋଜ ମହାନନ୍ଦ, ଆକାଂକ୍ଷା ତାଣ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ଅଧ୍ଯାପକ ଧୃବଚରଣ ପଧାନଙ୍କ ସଂଯୋଜନାରେ କବିଗଣ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ସମିତିର ସଂପାଦକ ତରୁଣ କୁମାର ମେହେର ଧନ୍ଯବାଦ ଦେଇଥିଲେ ।

Post a Comment