ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ଓଡ଼ିଶା ଜୀବିକ ମିଶନ ତରଫରୁ ଗ୍ରାମ ପଞ୍ଚାୟତ ମହିଳା ସଂଘ ଦ୍ବାରା ବଣ୍ଟନ କରାଯାଇଥିବା ଗାଇ କିଣାରେ ଓ ଗାଇ ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଭାରତୀୟ ଜନତା ପାର୍ଟି ।ଖୁବଶୀଘ୍ର ତଦନ୍ତ କରି ଉପଯୁକ୍ତ ନ୍ୟାୟ ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି । ସୂଚନାନୁଯାୟୀ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମଧ୍ୟରେ ଗୋ ପାଳନ, ଛେଳି ଓ କୁକୁଡ଼ା ପାଳନ ପାଇଁ ନିୟମ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ମାରଣ ନୀତି ଯୋଗୁଁ ଜଳେଶ୍ବର ବ୍ଲକରେ ଏହାର ଅନିୟମିତତା କରାଯାଉଥିବା ଅଭିଯୋଗ ଉଠାଇଛନ୍ତି ସ୍ଥାନୀୟ ହିତାଧିକାରୀ ।ଚମାରଗାଁ ପଞ୍ଚାୟତର ୮୫ ଟି ମିଶନ ଶକ୍ତି ଗ୍ରୁପ ଥିଲାବେଳେ ୩୦ ଜଣ ମହିଳାଙ୍କୁ ଗୋ ପାଳନ ପାଇଁ ଗାଇ ଯୋଗାଇ ଦିଆଯାଇଛି ସରକାରଙ୍କ ପକ୍ଷରୁ ୩୦ ହଜାର ଟଙ୍କା ବ୍ୟୟରେ ଗାଇ କିଣିବାକୁ ଥିବାବେଳେ ଦିଆଯାଇଥିବା ଗାଇ ଗୁଡିକ ନିମ୍ନ ମାନର ଓ ୬ ରୁ ୭ହଜାର ଟଙ୍କା ହେବ ବୋଲି ଅଭିଯୋଗ ରେ କୁହାଯାଇଛି। ଏଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବନେତା ଦିବ୍ୟକାମ୍ ମହାନ୍ତି ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନୋଜ ସାସମଲ,ପ୍ରତାପ ସେନାପତି, ଗିରିଜା ଶଙ୍କର ଗିରି, ସଂଜୀବ କୁମାର ରାଉତ, ତପନ ଘୋଷ, ହିମାଂଶୁ ମଲ୍ଲିକ, ସତ୍ୟବାନ ଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଗାଇ କିଣାରେ ତଦନ୍ତ ଦାବୀ କଲା ଜଳେଶ୍ବର ବିଜେପି
ଆଜତକ ଓଡ଼ିଶା
0
Post a Comment