ଖଡ଼ିଆଳ, ୨୩/୦୩ (ପରମେଶ୍ୱର ମେହେର) : ଗତ ଏକ ସପ୍ତାହ ହେଲା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସମେତ ଗ୍ରାମାଞ୍ଚଳରେ ଝଡ ବର୍ଷା ଲାଗିରହିଛି। ଯାହାଫଳରେ ରାସ୍ତାଘାଟ ବେହାଲ ହୋଇପଡିଛି। ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ସାନମହେଶ୍ୱର ଗ୍ରାମ ପଞ୍ଚାୟତ ସୁନାମୁଦି ଗ୍ରାମ ଠାରୁ ରାଜମୁଣ୍ଡା ଗ୍ରାମ ପଯ୍ୟନ୍ତ ରାସ୍ତାରେ ପାଣି ଜମି ଯାଇଛି ।
ସୂଚନାଯୋଗ୍ୟ ଯେ, କିଛି ବର୍ଷ ତଳେ ଏହି ରାସ୍ତା ପିଚୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ପିଚୁ ଉଠିଯାଇ ବଡ଼ ବଡ଼ ଗର୍ତ୍ତ ହୋଇପଡ଼ିଛି । ଯାହାଫଳରେ ସ୍ୱଳ୍ପ ବର୍ଷାରେ ମଧ୍ୟ ଗର୍ତ୍ତ ମାନଙ୍କରେ ପାଣି ଭର୍ତ୍ତି ହୋଇଯିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଏଥିପ୍ରତି ବ୍ଳକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
Post a Comment