ଆଜକୁ ଦୁଇ ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ବିତୁଛି ଜୀବନ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ


ନୂଆପଡା,(ରିଖିରାମ ଦଳ) ନୂଆପଡା ଜିଲ୍ଲା ଆଜିକୁ ୨ବର୍ଷ ହେଳା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଦୁଇଟି ଗୋଡ ସମ୍ପୂର୍ଣ୍ଣ ଭାବେ କାମ କରୁନଥିବା ବେଳେ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ନେତା ଠାରୁ ପ୍ରଶାସନକୁ ଜଣାଇ ଜଣାଇ ଥକି ଗଲେଣି । ହେଲେ ଏଥି ପ୍ରତି କାହାର ନଜର ନାହିଁ । ବିଜୁ ସ୍ୱାସ୍ଥ୍ୟ ଯୋଜନା ମଧ୍ୟ ଏଠି ଅପହଞ୍ଚ ପାଲଟିଛି । ଗରିବ ପରିବାର ହେତୁ ସରକାରୀ ଚିକିତ୍ସା ସହାୟତା କୁ ଅପେକ୍ଷା । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ୍ ନାଗପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ କମାରଖୁଣ୍ଟି ଗାଁ ର ମନୁ ବାଗଙ୍କ କ୍ଷେତ୍ରରେ । ପକ୍ଷାଘାତ୍ ରୋଗରେ ଆକ୍ରାନ୍ତ ହୋଇ ଅଣ୍ଟା ରୁ ତଳକୁ ଦୁଇଟି ଗୋଡ ଅଚଳ ହୋଇଯାଇଥିବା ବେଳେ । ଚିକିତ୍ସା ପାଇଁ ଘରେ ଅର୍ଥ ସାଜିଛି ବାଧକ । ବଢୁଛି ଯନ୍ତ୍ରଣା,ମିଳୁନି ସରକାରୀ ସୁବିଧା । ୨ ବର୍ଷ ହେବ ଦୁଃଖ କଷ୍ଟ ରେ ମନୁ ବାଗ । ଚିକିତ୍ସା ପାଇଁ ଗୁହାରୀ କଲେ ବି କେହି ଶୁଣୁ ନାହାନ୍ତି । ଏହି ରୋଗ ରେ ପୀଡିତ ବ୍ୟକ୍ତି ଜଣକ ହେଉଛନ୍ତି ବୋଡେ଼ନ ବ୍ଲକ୍ ନାଗପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କମାରଖୁଣ୍ଟି ଗାଁ ର । ଆଜିକୁ ୨ ବର୍ଷ ହେବ ପକ୍ଷାଘାତ ରୋଗ ରେ ଆକ୍ରାନ୍ତ ହୋଇ ଦୁଃଖ ଯନ୍ତ୍ରଣା ରେ ଜୀବନ କାଟୁଛନ୍ତି । ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ଭାବରେ କାମକରୁ ନ ଥିବାବେଲେ ଆଉ ଏହାର ଚିକିତ୍ସା ପାଇଁ ଘରେ ଅର୍ଥ ନାହିଁ । ଘରର ମୁରବି ମନୁରାମ ଦିନେ ପରିବାରକୁ ହସଖୁସି ରେ ଚଳାଉଥିଲେ ହେଲେ ହଟାଥ ପକ୍ଷାଘାତ୍ ରୋଗରେ ଆକ୍ରାନ୍ତ ହୋଇ ଏବେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି। ତାଙ୍କର ସ୍ତ୍ରୀ ଙ୍କ ଉପରେ ଭରସା ଖାଇବା ଠୁ ଗାଧୋଇବା ପର୍ଯ୍ୟନ୍ତ ତାଙ୍କ ର ସ୍ତ୍ରୀଙ୍କ ଉପରେ ନିର୍ଭର କରନ୍ତି । ପକ୍ଷାଘାତ ରୋଗ ରେ ଆକ୍ରାନ୍ତ ହୋଇ ଅଣ୍ଟା ରୁ ତଳକୁ ଆଉ କାମ କରୁନଥିବା ବେଳେ ଯନ୍ତ୍ରଣା ଧୀରେ ଧୀରେ ବଢୁଛି ହେଲେ ଏପଟେ ଚିକିତ୍ସା ପାଇଁ ଘରେ ଟଙ୍କା ନାହିଁ । ଚିକିତ୍ସା ପାଇଁ ରାଜନେତା ରୁ ପ୍ରଶାସନ କୁ ଜଣାଇଛନ୍ତି ଆଉ ପ୍ରତିଶୃତି ମଧ୍ୟ ମିଳିଛି ହେଲେ କାର୍ଯ୍ୟକାରୀ ସାତଶପନ ପାଲଟିଛି । ଦୁଃଖ ସିନା ବଢୁଛି ହେଲେ ରୋଗରୁ ମୁକ୍ତ ହୋଇ ପାରୁନାହାନ୍ତି । ବିଜୁ ସ୍ୱାସ୍ଥ୍ୟ ଯୋଜନା ରେ ତାଙ୍କୁ ଚିକିତ୍ସା କରିବାକୁ ଆକୁଳ ନିବେଦନ କରିଛନ୍ତି ମନୁ ବାଗ ଙ୍କ ପରିବାର । ସେପଟେ ବୋଡେ଼ନ ମେଡିକାଲ ଇନଚାର୍ଜ ଡାକ୍ତର ସଞ୍ଜୀବ କୁମାର ନାଏକ ଙ୍କୁ ପଚାରିବାରୁ ଉପରୋକ୍ତ ଅଧିକାରୀ ସହ କଥା ହୋଇ ସ୍ଵତନ୍ତ୍ର ମେଡିକାଲ ଟିମ୍ ଗଠନ କରି ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପକ୍ଷାଘାତ ରୋଗରେ ଆକ୍ରାନ୍ତ ମନୁ ବାଗଙ୍କୁ ଚିକିତ୍ସା ପାଇଁ ରାଜ୍ୟ ସରକାରକୁ ଆକୁଲ ନିବେଦନ କରିଛନ୍ତି ତାଙ୍କ ପରିବାର ଲୋକେ।

Post a Comment

Previous Post Next Post