ପିଆଜ ଚାଷ କ୍ଷତିଗ୍ରସ୍ତ,ଚିନ୍ତାରେ ଚାଷୀ


ଗୋଲାମୁଣ୍ଡା ୨୧/୦୩ ( ଶିବ ପ୍ରସାଦ ରାଉତ ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ଚିନ୍ତା । ଅଦିନିଆ ବର୍ଷା ଯୋଗୁଁ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଳିଆକନୀ ଗ୍ରାମରେ ଅଦିନିଆ ପ୍ରବଳ ବର୍ଷା,ପବନ ଓ କୁଆ ପଥର ମାଡ଼ ଯୋଗୁଁ ଅନେକ ଚାଷୀର କ୍ଷୟ କ୍ଷତି ହୋଇଛି । ଅନେକ ଚାଷ ଜମିରେ ପାଣି ରହିଯାଇଛି ଫଲରେ ଚାଷ କାମରେ ବାଧା ସୃଷ୍ଟି ହୋଇଛି । ଅନେକ ଚାଷୀ ଋଣ ବନ୍ଧକ ନେଇ ଚାଷ କାର୍ଯ୍ୟ କରୀଛନ୍ତି ସେ ଋଣ କେମିତି ଫେରାଇବେ ତାହା ଚାଷୀ ପାଇଁ ଚିନ୍ତା ର ବିଷୟ ସାଜିଛି । ସେଥି ପାଇଁ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି ।

Post a Comment

Previous Post Next Post