ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟ, ଖୁଲୁଡ଼ା ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଉପରାନ୍ତେ ଅନ୍ତିମ ବନ୍ଧୁ ମିଳନ ଉତ୍ସବ


ଜଳେଶ୍ଵର (ଜଗନ୍ନାଥ ଗୋଛାୟତ) ଓଡ଼ିଶାରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଶେଷ ହୋଇଛି।ପିଲାଙ୍କ ଉତ୍ସାହ ପରିଲକ୍ଷିତ ହେଉଛି। ପିଲାମାନଙ୍କ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଫଳକୁ ଅପେକ୍ଷା କରିବେ ପରୀକ୍ଷାର୍ଥୀ। ମାତ୍ର ପ୍ରତ୍ୟେକ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଉପରାନ୍ତେ ବନ୍ଧୁମିଳନ ସଭା ହେଉଥିବା ଦେଖିବାକୁ ମିଳିଛି।ଏହି ଅବସରରେ ଜଳେଶ୍ବର ବ୍ଲକ ଅନ୍ତର୍ଗତ ଖୁଲୁଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ମଧ୍ଯରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ ଅଜିତ କୁମାର ମହାନ୍ତି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସମ୍ପାଦକ ଦୀନକୃଷ୍ଣ ସ୍ମୃତି ପରିଷଦ ବିପିନ ବିହାରୀ ବିଶ୍ବାଳ, ସରପଞ୍ଚ ଜ୍ୟୋତିର୍ମୟ ଆଚାର୍ଯ୍ଯ,ମଂଚ ଆହ୍ବାନ ଶିକ୍ଷକ ସଞ୍ଜୟ କୁମାର ପାକଳ, ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଅଞ୍ଜନ କୁମାର ପ୍ରଧାନ, ହିନ୍ଦି ଶିକ୍ଷକ ଦୀପକ କୁମାର ପାତ୍ର, ଶିକ୍ଷକ ସୁଜିତ୍ କୁମାର ସିଟ୍, ଶିକ୍ଷୟତ୍ରୀ ମୌସୁମୀ ଗୁପ୍ତା, ଆର୍ ମୋଲିନା, ବିଦ୍ୟାଳୟ କର୍ମଚାରୀ ସଞ୍ଜୀବ କୁମାର ଗିରି ଓ କମଳାକାନ୍ତ ସାମଲ,ଝାଡେଶ୍ବର ଜେନା,ସରୋଜ ସାମଲ,ବାଦଲ କୁମାର ଜେନା, ପଦ୍ମ ଲୋଚନ ଜେନା,ପ୍ରଦୀପ କୁମାର ଗିରି,ଗୋପାଳ ଚନ୍ଦ୍ର ମହାପାତ୍ର, ଖୁକନ ମହାନ୍ତି,ଶିକ୍ଷକ କରୁଣାକର ଦାସ, ପ୍ରମୁଖ ମଞ୍ଚାସିନ ହୋଇ ପିଲା ମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସେମାନଙ୍କ ଭବିଷ୍ୟତ କାମନା କରିବା ସହିତ ସେମାନେ ଉଚ୍ଚ ଶିକ୍ଷା ଲାଭ କରି ନିଜ ନିଜର ନାମକୁ ବିକଶିତ କରିବା ପାଇଁ ବକ୍ତବ୍ୟରେ କହିଥିଲେ। ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ପୂଜାର୍ଚ୍ଚନା ଓ ମାଲ୍ୟାର୍ପଣ କରା ଯିବା ପରେ ଛାତ୍ରୀ ବର୍ଷା ପ୍ରିୟୟର୍ଶିନୀ ମହାନ୍ତି ଓ ନମିତା ମିଶ୍ର ପ୍ରାରମ୍ଭିକ ଜଗନ୍ନାଥ ଭଜନ ଗାନ କରିଥିଲେ। ନବମ ଶ୍ରେଣୀର ରୀତା ଋତୁପର୍ଣ୍ଣା ବାରିକ, ପ୍ରିୟବ୍ରତ ଜେନା ଓ ତନୁଶ୍ରୀ ଆଚାର୍ଯ୍ୟ ପ୍ରମୁଖ ଛାତ୍ର ଛାତ୍ରୀ, ବିଦାୟୀ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାବବିହ୍ୱଳ ବକୃତା ରଖିଥିଲେ। ସେହିଭଳି ଦଶମ ଶ୍ରେଣୀର ଅଚ୍ୟୁତାନନ୍ଦ ଦାସ, ଆଂଶିକା ବେହେରା ଓ ନମିତା ମିଶ୍ର ପ୍ରମୁଖ ଛାତ୍ର ଛାତ୍ରୀ ବିଗତ ୩ ବର୍ଷର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ କିପରି ବିତେଇ ଥିଲେ ସେ ବାବଦରେ ନିଜ ନିଜର ବାବାବିହ୍ୱଳ ବକ୍ତବ୍ୟ ରଖିଥିଲେ।

Post a Comment

Previous Post Next Post