ସହିଦ୍ ଭଗତ ସିଂ , ରାଜଗୁରୁ, ସୁଖଦେବଙ୍କ ୯୨ ତମ ସହିଦ୍ ଦିବସ ଏସ.ଏଫ.ଆଇ ଓ ଡି.ୱାଇ.ଏଫ.ଆଇ ପକ୍ଷରୁ ଅଗ୍ରୱାଲା ଛକରେ ପାଳିତ


ଜଳେଶ୍ଵର ୨୩/୩ (ଜଗନ୍ନାଥ ଗୋଛାୟତ) ସହିଦ୍ ଭଗତ ସିଂ ବିପ୍ଳବର ପ୍ରତୀକ, ବିପ୍ଳବର ମଶାଲ୍। ଫାସୀବାଦ୍, ସାମ୍ରାଜ୍ୟବାଦ୍, ଜାତିବାଦ ଓ ସାମ୍ପ୍ରଦାୟିକତାବାଦ୍ ବିରୁଦ୍ଧ ରେ ଲଢ଼େଇ କରି ତରୁଣ ବୟସରେ ମାତ୍ର ୨୩ ବର୍ଷ ରେ ଫାଶୀଖୁଣ୍ଟରେ ଝୁଲି ଥିଲେ। ଶ୍ରମିକ ମାନେ ଉତ୍ପାଦନର ମାଲିକ ହେବେ, କୃଷକ ମାନେ ଫସଲର ମାଲିକ ହେବେ ଏବଂ ଶ୍ରମିକ କୃଷକଙ୍କର ଏକ ନାୟକତ୍ବ ରାଷ୍ଟ୍ର ହେବ ବୋଲି ଭଗତ ସିଂ ଚାହୁଁଥିଲେ । ନିଜ ଜୀବନର ମାତ୍ର ୨୩ ବର୍ଷରେ ନିଜ ଅଭିଜ୍ଞତାରୁ ସେ ଆସ୍ତିକରୁ ନାସ୍ତିକରେ ପରିଣତ ହେଲେ । ସେ କହିଲେ ଯଦି ଈଶ୍ୱର ଅଛନ୍ତି ବ୍ରିଟିଶ୍ ମାନେ କାହିଁକି ଭାରତବର୍ଷ ଉପରେ ଅଧିକାର କରିଥାନ୍ତେ କାହିଁକି କୃଷକ ଶ୍ରମିକ ମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟ ମୂଲ୍ୟ ପାଉନାହାନ୍ତି ? କଣ ପାଇଁ ଦୁଃଖ କଷ୍ଟ ନିର୍ଯାତନା ବଢିବା ସହ ଫାସୀବାଦ୍ , ସାମ୍ରାଜ୍ୟବାଦ୍, ଜାତିବାଦ , ସାମ୍ପ୍ରଦାୟିକତାବାଦର ବିଷରେ ଦେଶ ଆତଙ୍କିତ ଈଶ୍ୱର କଣ ଏସବୁ ଦେଖି ପ୍ରତିକାର ବଦଳରେ ହସୁଛନ୍ତି ଏଣୁ ବିପ୍ଳବ ଏବଂ ସମାଜବାଦ ହିଁ ଜିଇଁବାର ଏକମାତ୍ର ରାସ୍ତା । ଆଜି ଭଗତ ସିଂ ଫାଶୀ ପାଇବାର ୯୨ ବର୍ଷ ପରେ , ସ୍ବାଧିନତାର ୭୫ ବର୍ଷ ପରେ ଦେଶ ଆହୁରି ସଂକଟ ଭିତରକୁ ଚାଲିଯାଉଛି । ଏହି ପରିପ୍ରକ୍ଷୀରେ ଛାତ୍ର ଓ ଯୁବ ସମାଜ ଭାଗତ ସିଂଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ ହୋଇ ଏହି ଦେଶକୁ ରକ୍ଷା କରିହେବ ବୋଲି ଏସ.ଏଫ.ଆଇ ଓ ଡି.ୱାଇ.ଏଫ.ଆଇ ପକ୍ଷରୁ ଆୟୋଜିତ ସହିଦ୍ ଭଗତ ସିଂ , ରାଜଗୁରୁ, ସୁଖଦେବଙ୍କ ୯୨ ତମ ସହିଦ ଦିବସ ଅବସରରେ ଆଲୋଚନା ଚକ୍ରରେ ଯୋଗଦେଇ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋବରଘଟା।ପଂଚାୟତର ଅଗ୍ରୱାଲ ଛକରେ ଥିବା ଭଗତ ସିଂଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ ପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନା ଚକ୍ର ସଭାରେ ଏସ୍.ଏଫ୍.ଆଇ ନେତା ବିକାଶ ବାରିକ ସଭାପତିତ୍ବ କରିଥିଲାବେଳେ ଦୀନକୃଷ୍ଣ କଲେଜର ପୂର୍ବତନ ସଭାପତି ତଥା ଏସ୍.ଏଫ୍. ଆଇର ରାଜ୍ୟ ଉପସଭାପତି ଦିଲ୍ଲୀପ କୁମାର ଗିରି, ଏସ୍.ଏଫ୍.ଆଇ ର ପୂର୍ବତନ ରାଜ୍ୟ ସଂପାଦକ ଶିଶିର ହୁଇ, ପୂର୍ବତନ ଛାତ୍ର ନେତା ବସନ୍ତ ଦାସ, କୃଷକ ନେତା ଅନନ୍ତ ଘୋଷ, ଜୀବନ ପରିଡ଼ା, ନିରୋଜ ବେହେରା, ଅଜୟ ପଲାଇ, ଶ୍ରିପତି ଜେନା, ନରେନ ସିଂ, ଜୟନାରାୟଣ ବାରିକ, ଛାତ୍ର ନେତା ଅଶୋକ ବାରିକ, କୁମ ବେହେରା, ବିକାଶ ଖଟୁଆ, ଦିପକ ବିଶ୍ଵାଳ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଛାତ୍ର ନେତା କ୍ରିଷ୍ଣା ବାରିକ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post