ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ ଶୁଣୁନି


ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଓ ଝଳପ ପଞ୍ଚାୟତ ରେ ବିଗତ ଦିନରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ ସାମାଜିକ କର୍ତ୍ତା ଅମରେନ୍ଦ୍ର ନନ୍ଦ ଜାମଖୁଣ୍ଟା ସେବାସମବାୟ ସମିତି ଲିଃ, ତୁରେକେଲା ଅଫିସ ଗୃହ ମରାମତି କରି ପୁନଃ ସ୍ଥାପନ କୁ ନେଇ ଅଭିଯୋଗ କରାଯାଇଥିଲା ଉପସ୍ଥିତ ପ୍ରଶାସନିକ ଅଧିକାରୀ ପ୍ରତିଶୃତି ମଧ୍ୟ ଦେଇଥିଲେ ହେଲେ କିଛିବି ସୁଫଳ ମିଳିନାହିଁ । ବର୍ଷାରେ ଆସବାପତ୍ର ଭିଜୁଥିବା ଦେଖିବାକୁ ମିଳୁଛି । ଭିଜୁଥିବା ଗଡରେଜ ରେ ଅନେକ ଋଣୀ ଚାଷୀଙ୍କ ଜମିପଟ୍ଟା ରହିଥିବା କହୁଛନ୍ତି । ତେଣୁ ସମବାୟ ବିଭାଗ ଉକ୍ତ ସମବାୟ ଅଫିସକୁ ତୁରନ୍ତ ମରାମତି କରି ଆସବାପତ୍ରକୁ ବର୍ଷା ରୁ ରକ୍ଷାକରିବାକୁ ଚାଷୀ ମହଲରେ ଦାବୀ କରିଛନ୍ତି ।

Post a Comment

Previous Post Next Post