ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି


ଭବାନୀପାଟଣା (ଶ୍ୟାମସୁନ୍ଦର ମାଝୀ) ୧୪/୦୨ କଳାହାଣ୍ଡି ପୁଲୱାମା ରେ ୨୦୧୯ ମସିହା ଫେବୃୟାରୀ ୧୪ ତାରିଖ ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନ ମାନଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଗୋଲାମୁଣ୍ଡା ବ୍ଲକ ତୁମୁରା ଠାରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇ ବୀର ସହିଦ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କେଣ୍ଡେଲ ଯାତ୍ରା କରାଯାଇଥିଲା । ପୂର୍ବତନ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଯୋଗଦେଇ ଆତଙ୍କବାଦୀଙ୍କ ଏହି ବର୍ବରତା କାଣ୍ଡଙ୍କୁ ଦୃଢ ନିନ୍ଦା କରିବା ସହ ଯବାନଙ୍କ ଦେଶପାଇଁ ଏହି ବଳିଦାନ ବ୍ୟର୍ଥ ଯିବନି ବୋଲି ମତ ପ୍ରକାଶ କରିଥିଲେ । ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ସମୀର ସାହୁ, ଭୂପେନ୍ଦ୍ର ଦେବ ସାହୁ, ସୁନୀଲ ସାହୁ, ବିଭୀଷଣ ଟୋଲଟିଆ,ସମସ୍ତେ ସାମିଲ ହୋଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Post a Comment

Previous Post Next Post