ଟ୍ରକ୍ ଧକ୍କାରେ ନାବାଳିକା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ


ନୂଆପଡ଼ା ୨୦/୦୨ (ରିଖିରାମ ଦଳ) ଟ୍ରକ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ। ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ସାନମହେଶ୍ଵର ଗାଁ ନିକଟ ୩୫୩ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ନାବାଳିକାଙ୍କ ମୃତଦେହ ରାସ୍ତାରେ ମିଶି ଯାଇଥିଲା । ମୃତକ ନାବାଳିକା ଜଣଙ୍କ ହେଲେ ସାନମହେଶ୍ଵର ଗାଁର ହର ସୁନାନୀଙ୍କ ୫ ବର୍ଷର ଝିଅ ଡିମ୍ପଲ ସୁନାନୀ ।ସୂଚନା ଅନୁସାରେ, ଖଡିଆଳ ସହର ପଟୁ ରାୟପୁର ଅଭିମୁଖେ ଏକ ଦ୍ରୁତଗାମୀ ଟ୍ରକ ଯାଉଥିଲା । ଏହି ସମୟରେ ସାନମହେଶ୍ଵର ଗାଁ ନିକଟରେ ଡିମ୍ପଲ ରାସ୍ତା ପାରି ହେଉଥିବାବେଳେ ଟ୍ରକ୍ ଚାପି ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡିମ୍ପଲଙ୍କ ମୃତଦେହ ରାସ୍ତାରେ ମିଶି ଯାଇଥିଲା।


ତେବେ ଦୁର୍ଘଟଣା ଘଟାଇ ଟ୍ରକ ଫେରାର୍ ହେବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକେ ପିଛା କରି ୧ କିଲୋମିଟର ଦୂର ବଡମହେଶ୍ଵର ଗାଁ ନିକଟରେ କାବୁ କରିଥିଲେ। ଟ୍ରକ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।ଘଟନାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଗାଁ ଲୋକେ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ପାଇ ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Post a Comment

Previous Post Next Post