ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅନ୍ତର୍ଗତ ବାରୁଣଗଡିଆ ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ ୮ମ ତମ ବାର୍ଷିକ ସଂଗ୍ରାମ କେଶରୀ ସାହୁ ମେମୋରିଆଲ ଅଲଇଣ୍ଡିଆ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତହୋଇଯାଇଛି। ଭଲିବଲ କୋଚ ତଥା ପୋଲିସ ବିଭାଗର ଏସ ଆଇ ନିରଞ୍ଜନ ବେହେରା(ମାରାଥନ)ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପି ସି ସି ମୁଖ୍ୟାପାତ୍ର ସୁଦର୍ଶନ ଦାସ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିବା ସହ ଅଲଇଣ୍ଡିଆରୁ ଆସିଥିବା ଖେଳାଳି ମାନଙ୍କୁ ନବବର୍ଷର ଶୁଭେଚ୍ଛା ଦେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ସମ୍ମାନୀତ ଅତିଥି ଭାବେ ଜଏଣ୍ଟ ସେକ୍ରେଟେରୀ ଓଡ଼ିଶା ଭଲିବଲ ଆସୋସିଏସନ ତଥା ଜିଲ୍ଲା ଭଲିବଲ ଏସୋସିଏସନ ସମ୍ପାଦକ ଜଗଦୀଶ ବେହେରା, ବାଲେଶ୍ଵର ଭୋଲିବଲ ଏସୋସିଏସନ ମେମ୍ବର ଏବଂ କୋଚ ଜନ୍ମଜୟ ଦେଏ,ପୂର୍ବତନ ନେସନାଲ ଭୋଲିବଲ ଖେଳାଳି ପୂର୍ଣ୍ଣ ଚନ୍ଦ୍ର ଚକର୍ବତି ,ପୂର୍ବତନ ନେସନାଲ ଭୋଲିବଲ ଖେଳାଳି ବଂଶୀଧର ବରାଳ,ସ୍ଥାନୀୟ ସରପଞ୍ଚ କରୁଣାକର ମାଲିକ,ପ୍ରଦୀପ ଯୋଗଦେଇଥିଲେ।ଏହି ଲିଗ ଟୁର୍ଣ୍ଣାମେଣ୍ଟରେ ୬ ଟି ଭୋଲିବଲ ଦଳ ଅଂଶ ଗ୍ରହଣ କରିଥିଲା ବେଳେ ଉଦଘାଟନୀ ମ୍ୟାଚ ଛତିଶଗଡ ରାୟପୁର ଇନଭାରସିଟି ଓ ରାଇଘର ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରଥମ ମ୍ୟାଚ ରାଇପୁର ଇନଭରସିଟି ଦଳ ଛତିଶଗଡ଼ ରାଇଗଡ ଦଳକୁ ୨/୧ ସେଟ ପରାସ୍ତ କରି ବିଜୟ ହୋଇଥିଲେ।ନେସନାଲ ରେଫେରି ରାଜେଶ ଦାସ ଓ ଶ୍ରୀକାନ୍ତ ନାୟାର ପରିଚାଳନା କରିଥିବା ବେଳେ କ୍ରଡାବିତ ନିରଞ୍ଜନ ବେହେରା ଅତିଥି ପରିଚୟ କରିବା ସହିତ ମ୍ୟାଚର ବିବରଣୀ ପ୍ରଦାନ କରିଥିଲେ।ଏହି ୨ ଦିନ ଧରି ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ନେସନାଲ ରେଫେରୀ ଧନାଜୟ ଟ୍ରିଫାଠି,ସଞ୍ଜୀବ ପଣ୍ଡା,ରଞ୍ଜନ କୁମାର ସାହୁ,ପ୍ରତିମା ନାୟକ,ରାଜେଶ ଦାସ ଓ ଶ୍ରୀକାନ୍ତ ନାୟକ ପରିଚାଳନା କରିବେ ବୋଲି ସ୍ୱର୍ଗତ ସଂଗ୍ରାମ ବାପା ତଥା ଆୟୋଜକ ସୁଦର୍ଶନ ସାହୁ ପ୍ରକାଶ କରିଛନ୍ତି।

Post a Comment