ଷଷ୍ଠ ଗଡାଜାତ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା ରେ ଚାନ୍ଦିନୀ ଙ୍କ ଏକଡା ଏକଡା ରାହା ଗୀତ ଓ ନାଚ ରେ ଦୁଲୁକିଲା ମଞ୍ଚ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ସାଧୁଚରଣ ଖେଳ ପଡିଆ ଠାରେ ଆଜି ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ  ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମା ଭୈରବୀ ଓ ଜଗତର ନାଥ ଜଗନ୍ନାଥ ଙ୍କ ଠାରେ ମଂଚାସୀନ ଅତିଥି ଗଣ ପୂଜାର୍ଚନା କରାଯାଇଥିଲା । ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ  ରାଜ୍ୟ ସରକାର ଙ୍କ ପ୍ରକଳ୍ପ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ବୌଦ୍ଧ -ରବୀନ୍ଦ୍ର ନାଥ କହଁର, ପରିଚାଳନା କମିଟି ଅଧକ୍ଷ ତଥା ୭ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର ଉପସ୍ଥିତ ରହିଥିଲେ ,ମଞ୍ଚ ପରିଚାଳନା କରିଥିଲେ ବିରଞ୍ଚି ନାରାୟଣ ତରସିଆ,ମଞ୍ଚ କାର୍ଯ୍ୟକ୍ରମ ରେଶେଷରେ ନୀଳାଚଳ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ!ଦ୍ୱିତୀୟ ସନ୍ଧ୍ୟା ରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ସ୍ଥାନୀୟ କୁନି କୁନି କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ,ବ୍ରହ୍ମା କୁମାରୀ ଓ ଶାନ୍ତି ଙ୍କ ଜାତୀୟ ସଂଗୀତ ଏବଂ ସ୍ୱାଗତ ସଂଗୀତ ଗାନ,ସିନେ କଳାକାର ସୁଶ୍ରୀ ଚାନ୍ଦିନୀ ଜେନା ଓ ସମ୍ବଲପୁରୀ ଲୋକ ଗୀତ ଦର୍ଶକ ଙ୍କୁ ମୁଗ୍ଧ କରିଥିଲା।

Post a Comment

Previous Post Next Post