ଆଜତକ୍ ଓଡ଼ିଶା :(ପରମେଶ୍ବର ମେହେର) ଶକ୍ତିଟିଭି ନାଆ ଟି ଯେମିତି କାମରେ ତାଠୁ ବହୁତ୍ ଅଧିକ । ଏପରି ଦେଖବାକୁ ଗଲେ ଓଡ଼ିଶା ରେ ଅନେକ ନିଉଜ ଚ୍ୟାନେଲ ରହିଛି ମାତ୍ର ଶକ୍ତିଟିଭି ର କାମ କରିବାର ଶୈଳୀ ଏକ ନିଆରା । ବିଗତ ଦୁଇ ବର୍ଷ ପୂର୍ବରୁ ତା ୧୬,୧୨,୨୦ ରିଖ ଠିକ୍ ଏହି ଦିନ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ ମାତ୍ର ଅଳ୍ପ କିଛି ସାମ୍ବାଦିକଙ୍କୁ ନେଇ ଆରମ୍ଭ କରିଥିଲେ ଶକ୍ତିଟିଭି । ଏହା ଭିତରେ ବିତିଯାଇଛି ଦୁଇ ବର୍ଷ , ଅନେକ ଘାତ ପ୍ରତିଘାତ ର ସାମନା କରି ଆଜି ଶକ୍ତିଟିଭି ନିଜ ଶକ୍ତିର ସହିତ ଦୃଢ଼ ଭାବରେ ଠିଆ ହୋଇଛି |ଗତ ବର୍ଷ ନିଆରା ଢଙ୍ଗ ରେ ମାଁ ମାଣିକେଶ୍ଵରୀ ଙ୍କ ଆଶ୍ରୀବାଦ ନେଇ କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରେ ତାର ପ୍ରଥମ ସ୍ଵନକ୍ଷେତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା ,ରାଜ୍ୟ ର ବହୁ ବିଶିଷ୍ଟ ବ୍ୟକ୍ତି ଙ୍କୁ କ୍ରିତି କୃତି ଏବଂ ସେବା ମନୋଭାବ ପାଇଁ ଶକ୍ତିଟିଭି ସେବା ସଂମ୍ମାନ ରେ ସଂମ୍ମାନିତ କରି ନିଜର ସମାଜ ସେବାରେ ବର୍ତ୍ତୀ ହୋଇଥିଲା ।ଶକ୍ତିଟିଭି ଆରମ୍ଭ ହେବା ସମୟରେ ମାତ୍ର କିଛି ସାମ୍ବାଦିକ ଙ୍କୁ ନେଇ ଆରମ୍ଭ ହୋଇଥିବା ଶକ୍ତିଟିଭି ରେ ଏବେ ଶତାଧିକ ସାମ୍ବାଦିକ ଯୋଗ ଦେଇ ସାରିଛନ୍ତି ।
ଯେଉଁ ଶକ୍ତିଟିଭି କୁ ଦୁଇ ବର୍ଷ ପୂର୍ବେ ପ୍ରାୟ କେହି ଜାଣି ବି ନଥିଲେ ,ଏବେ ସେହି ଶକ୍ତିଟିଭି ଓଡ଼ିଶା ର ସାଢେ ଚାରି କୋଟି ଓଡ଼ିଆ ଙ୍କ ଘରେ ଘରେ ପରିଚିତ । କାହାରି ଚାପରେ କି ତୋପ ର ଭୟ କୁ ଖାତିର ନ କରି ନିଜର କାର୍ଯ୍ୟ ଦକ୍ଷତା , ନିର୍ଭିକ ସାମ୍ବାଦିକତା ଏବଂ ଜନ ସାଧାରଣଙ୍କ ଅସୁବିଧା ସମୟରେ ସାହାରା ହୋଇ ଆଜି ଶିଖର ଛୁଇଁ ପାରିଛି ଶକ୍ତିଟିଭି ।
ତେବେ ଆଜି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ର ଏକ ପୌରାଣିକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପ୍ରକୃତି ରାଣୀ ର ଶୋଭାବର୍ଦ୍ଦନ କାରି ଗନ୍ଧମାର୍ଦନ ପର୍ବତ ର ପାଦ ଦେଶରେ ଥିବା ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ସ୍ଵନକ୍ଷତ୍ର ଉତ୍ସବ ଆନନ୍ଦ ଉଲ୍ଲାସ ରେ ଉତ୍କଳ ପ୍ରଦେଶ ର କୋଣ ଅନୁକୋଣ ରୁ ଶତାଧିକ ସାମ୍ବାଦିକ ,ପ୍ରଶାସନିକ ଅଧିକାରୀ ,ବୁଦ୍ଧିଜୀବୀ ଓ ସମସେବୀ ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି । ଜଗତ ନିୟନ୍ତା ପ୍ରଭୁ ଜଗନ୍ନାଥ ଙ୍କ ଫଟୋ ରେ ଧୂପ ଦ୍ୱିପ ଦେଇ ଆରମ୍ଭ ହୁଏ ଶକ୍ତି ଟିଭି ର ଦ୍ଵିତୀୟ ସ୍ୱନକ୍ଷେତ୍ର ଉତ୍ସବ । ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ର ଅଧକ୍ଷ ତଥା ଶକ୍ତି ଟିଭିର ଢେ଼ଙ୍କାନାଳ ଜିଲ୍ଲା ଉପପ୍ରତିନିଧି ପ୍ରଦୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଦ୍ୱିତୀୟ ସ୍ଵନକ୍ଷେତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ବଳରାମ ସିଂ ଯାଦବ (ଅଧକ୍ଷ ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ ),ମୁଖ୍ୟ ବକ୍ତା ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ (ମୁଖ୍ୟ ସମ୍ପାଦକ ଶକ୍ତି ଟିଭି ),ସଂମ୍ମାନିତ ଶ୍ରୀ ଅତିଥି ଆଦିତ୍ୟ ପ୍ରସାଦ ମିଶ୍ର (ତହସିଲଦାର ଖପ୍ରାଖୋଲ ), ଶ୍ରୀ ଗିରିଧାରୀ ନାଗ (ବନଖଣ୍ଡ ଅଧିକାରୀ ଖପ୍ରାଖୋଲ ), ଶ୍ରୀମତୀ ସଂଯୁକ୍ତା ମେହେର (ଜିଲ୍ଲାପରିଷଦ ସଦସ୍ୟା ଜୋନ ୩ ଖପ୍ରାଖୋଲ ), ଶ୍ରୀମତୀ କସ୍ତୁରୀ ସେଠ୍ (ଜିଲ୍ଲାପରିଷଦ ସଦସ୍ୟା ଜୋନ ୧୫,ଖପ୍ରାଖୋଲ ), ଶ୍ରୀ ବାଲକ୍ରିଷ୍ଣ ନାଗ (ଶିକ୍ଷାବିତ ସଇଁତଲା )ମାନଙ୍କର ସଦୟ ଉପସ୍ଥିତି ରେ ଜାତୀୟ ସଂଗୀତ ଗାନ କରାଯାଇ ତଥା ଦିବଂଗତ ସାମ୍ବାଦିକ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ଶକ୍ତି ଟିଭିର ଦ୍ୱିତୀୟ ବାର୍ଷିକ ସ୍ଵନକ୍ଷେତ୍ର କୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ,ଶକ୍ତି ଟିଭିର ଉପସ୍ଥାପିକା ପ୍ରେମଲତା ଏବଂ ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ରଞ୍ଜନ ବାବୁ ଙ୍କ ଦ୍ୱାରା ବରଣ୍ୟ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସଂମ୍ବର୍ଦ୍ଦନା କରାଯାଇଥିଲା |ଶକ୍ତି ଟିଭିର ଉପସ୍ଥାପିକା ଲମ୍ବିତା ଜେନା ଅତିଥୀ ମାନଙ୍କର ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ମଞ୍ଚାସୀନ ଅତିଥି ଶକ୍ତି ଟିଭି କୁ ନେଇ ନିଜ ମତ ବ୍ୟକ୍ତ କରିବା ସହିତ ,ପ୍ରାୟ ରାଜ୍ୟର ସମସ୍ତ ଜିଲ୍ଲାରୁ ବଛାବଛା ବ୍ଲକ ଓ ଜିଲ୍ଲା ସ୍ତରୀୟ ଶକ୍ତି ଟିଭି ସାମ୍ବାଦିକ ମାନଙ୍କୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା ।ବିଭିର୍ଣ୍ଣ ବର୍ଗରେ ପାରଦର୍ଶିତା ପାଇଁ ,ଶ୍ରୀ ସୁଶିଲ ଅଗ୍ରୱାଲ ସେ ସମାଜ ପାଇଁ ଏକ ଉଦାହରଣ।କେତେଯେ ଅସହାୟ ଙ୍କ ମୁହଁରେ ଦାନା ଦେଇଛନ୍ତି କେତେଯେ ଅସହାୟ ଶବ ସତ୍କାର କରିଛନ୍ତି କେତେ ଯେ ରକ୍ତଦାନ ଶିବିର, ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଛନ୍ତି ହେଲେ ମନରେ ଟିକିଏ ହେଲେ ଗର୍ବ ନାହିଁ।ସେଇପରି ପ୍ରକୃତି ମିତ୍ର .ସବୁଜ ମଣିଷ .ଦରଦି ବନ୍ଧୁ .ସମାଜ ସେବି . ଶିକ୍ଷାବିତ ଶ୍ରୀ ବାଲ କୃଷ୍ଣ ନାଗ (ବିନୋଦ) ଙ୍କୁ ସେଇପରି ଶ୍ରୀ ଲବ ସୁନା ଓ ତାଙ୍କର ଏଲ୍ ଡି ଏ ଟିମ୍। ଏଲ୍ ଡି ଏ ସଂଗଠନ ଏକ ପ୍ରେସର ସଂଗଠନ ଭାବେ ଅଞ୍ଚଳରେ ଜଣାଶୁଣା।ଗରିବ ଅସହାୟ ଙ୍କ ହକ୍ ପାଇଁ ପ୍ରଶାସନ ସହିତ ମୁହାଁମୁହିଁ ହେବା ପାଇଁ ସଦାସର୍ବଦା ତତ୍ପର । ଶ୍ରୀ ପବିତ୍ର ଭୋଇ ଗନ୍ଧମାର୍ଦନ ପାରମ୍ପରିକ ବୈଦ୍ୟ ମହାସଂଘ ର ସମ୍ପାଦକ।ସେ ଆଜି ମଧ୍ୟ ଭାରତର ପାରମ୍ପରିକ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଆପଣାଇ ଜଡି ବୁଟି, ଆୟୁର୍ବେଦିକ ଚିକିତ୍ସା ପାଇଁ ଲୋକଙ୍କୁ ପ୍ରବତ୍ତାଉଛନ୍ତି। ଆୟୁର୍ବେଦ ର ଉପକାରୀତା ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି ଏଭଳି ବ୍ୟକ୍ତିଙ୍କୁ ମଧ୍ୟ ଶକ୍ତି ଟିଭି ସମ୍ମାନିତ କରିଛି |
ସେବାର ଅନ୍ୟ ନାମ ବିଶ୍ୱାସ କୁ ପାଥେୟ କରି ଶ୍ରୀ ଅକ୍ଷୟ ପ୍ରଧାନ ଏବଂ ତାଙ୍କର ୟୁଥ୍ ବ୍ଲଡ ଡୋନର ଗୃପ ଅଞ୍ଚଳରେ ଯେଉଁସମୟରେ ରକ୍ତ ର ଆବଶ୍ୟକତା ପଡ଼ିଛି ଖୋଜା ପଡେ ୟୁଥ୍ ବ୍ଲଡ ଡୋନର ଗୃପ କୁ।ଗୃପ ର ସଦସ୍ୟ ମାନେ ସଙ୍ଗେ ସଙ୍ଗେ ଉଚିତ ସ୍ଥାନ ଓ ସମୟରେ ପହଞ୍ଚି ରକ୍ତଦାନ କରି କେତେ ଯେ ଜୀବନ ରକ୍ଷା କରିଛନ୍ତି। ଏଭଳି ଅନୁଷ୍ଠାନ କୁ ଶକ୍ତି ଟିଭି ଆଜି ସମ୍ମାନିତକରିଛି ।ଲାଠୋର ଡ୍ରାଇଭର ମହାସଂଘ ଯେଉଁ ସଂଘ କି ସେବାର ପ୍ରତୀକ ରକ୍ତ ଦାନ ଜୀବନ ଦାନ କୁ ପାଥେୟ କରି ରକ୍ତଦାନ ଶିବିର ସହିତ କୋଭିଡ ସମୟରେ କେତେଯେ ଖାଦ୍ୟ ବିତରଣ ଶିବିର କରି ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ।
ଜୟ ମାଁ ଦୂର୍ଗା ଗଣ୍ଡା ବଜା ଜଳପାଙ୍କେଲ। ଆଜିର ଡିଜେ ଯୁଗରେ ଆମର ପାରମ୍ପରିକ ବାଦ୍ୟ ଗଣ୍ଡା ବଜା କୁ ବଞ୍ଚାଇ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି ଏହି ଦଳ।ସ୍ବଳ୍ପ ଆୟ ତଥା କଠିନ ପରିଶ୍ରମ ସତ୍ତ୍ୱେ ନିଜ ଲକ୍ଷରୁ ବିଚ୍ୟୁତ ହୋଇନାହାନ୍ତି ଏମାନେ ଦୁଃଖରେ ମଧ୍ୟ ହସ ହସ ମୁହଁ। ଏପର୍ଯ୍ୟନ୍ତ କଳାକାର ଭତ୍ତା ମଧ୍ୟ ପାଇନାହାନ୍ତି। ଏହି ମଞ୍ଚରେ ଆମେ ପ୍ରଶାସନ କୁ ଅନୁରୋଧ କରୁଛୁ ଶୀଘ୍ର ଏମାନଙ୍କୁ କଳାକାର ଭତ୍ତା ପ୍ରଦାନ କରନ୍ତୁ। ଏଭଳି ଏକ ଦଳକୁ ସମ୍ମାନିତ କରି ଶକ୍ତି ଟିଭି ଗର୍ବିତ ହେବା ସହିତ ବଣ ମଲ୍ଲୀକୁ ପ୍ରସ୍ଫୁଟିତ କରିପାରିଥିବାରୁ ସାରାରାଜ୍ୟରେ ଭୂୟଃଶୀ ପ୍ରସଂଶା ପାଇବାର ହକଦାର ବୋଲି ମଞ୍ଚାସିନ ଅତିଥି ଓ ମୁଖ୍ୟ ଅତିଥି ଯାଦବ ସାର ଖୁସିବ୍ୟକ୍ତ କରିଥିଲେ |ଶକ୍ତି ଟିଭି ସବୁବେଳେ ସବୁ ସମୟରେ ସାଧାରଣ ଜନତାର ସ୍ୱର ହୋଇ ରହିବ ବୋଲି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ସାମ୍ବାଦିକ ମାନେ ପରିପ୍ରକାଶ କରିଥିଲେ |ଶକ୍ତି ଟିଭି ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ରଞ୍ଜନ ବାଗ୍ ସମସ୍ତ ସାମ୍ବାଦିକ ବନ୍ଧୁ ପରିଜନ ଓ ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Post a Comment