ଧାନ ଫସଲରେ ରୋଗ,ଚିନ୍ତାରେଚାଷୀ


ନୂଆପଡ଼ା,(ପରମେଶ୍ଵର ମେହେର) ଅନେକ ଆଶା ନେଇ ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି।ଧାନ କେଣ୍ଡା ଧରି ଆସିବା ବେଳକୁ ରୋଗପୋକ ଲାଗି ଫସଲ ନଷ୍ଟ ହୋଇଯାଉଛି । ଯେତେ ପ୍ରକାର ଔଷଧ ଦେଲେ ମଧ୍ୟ ସୁଫଳତା ମିଳୁନାହିଁ । ଏବେ ସରକାରୀ ସହଯୋଗ ହିଁ ଶେଷ ଭରସା । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖୁଦପେଜ ଓ ବରଗାଁ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷ ଜମି ସବୁରେ ରୋଗ ଲାଗିଥିବା ଅଭିଯୋଗ ହୋଇଛି । ଚାଷ ହୋଇଥିବା ଧାନ ଫସଲରେ ରୋଗ ପୋକ ଲାଗିଛି,ବିଶେଷ କରି ଗଣ୍ଠି ପୋକ ଓ ବିପିଏଚ ରୋଗ ଲାଗିବାରୁ ଧାନ ଗଛ ସବୁ ମରି ଯାଉଛି । ଏହି ରୋଗର ପୋକ ସବୁ ଧାନ ଗଛକୁ ଶୋଷଣ କରି ଦେଉଛନ୍ତି । ଚାଷୀ ମାନେ ନିଜ ଚେଷ୍ଟାରେ ଔଷଧ ଆଣି ସିଞ୍ଚନ କରୁଛନ୍ତି କିନ୍ତୁ କୌଣସି ସୁଫଳତା ମିଳୁନାହିଁ । ଖାଲି ଏହି ଦୁଇ ଗ୍ରାମ ପଞ୍ଚାୟତର ଚାଷୀ ନୁହଁନ୍ତି ଖଡ଼ିଆଳ ବ୍ଲକର ସବୁ ଆଡେ ଏହି ଅବସ୍ଥା ଦେଖିବାକୁ ମିଳୁଛି । ଚାଷୀ ମାନଙ୍କୁ ସବସିଡିରେ ବିହନ, ଔଷଧ ଓ ସାର ମିଳିବାର ନିୟମ ଥିଲେ ମଧ୍ୟ ସମସ୍ତେ ଏସବୁ ସବିଧା ପାଇ ପାରୁ ନାହାନ୍ତି । ଧାର କରଜ ଓ ବ୍ୟାଙ୍କ ଋଣ କରି ଚାଷୀ ମାନେ ଏବେ ଚିନ୍ତାରେ, ବର୍ଷ ବର୍ଷ ଏ ଅଞ୍ଚଳ ମରୁଡ଼ିର ଶିକାର ହେଉଥିବା ବେଳେ ଏବର୍ଷ ଭଲ ବର୍ଷା ହୋଇଥିଲା । ଭଲ ଫସଲର ଆଶା ରଖିଥିଲେ ସମସ୍ତେ କିନ୍ତୁ ଏବେ ରୋଗ ପୋକ ପାଇଁ ସବୁ ଆଶା ଫସର ଫାଟି ଯାଉଛି । ଅତିଶୀଘ୍ର ରୋଗ ପୋକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନକଲେ ଚାଷୀଙ୍କ ଭେଳା ବୁଡିଯିବ,ଏହା ନିଃସନ୍ଦେହ । ଏନେଇ ଖଡ଼ିଆଳ ବ୍ଲକ କୃଷି ଅଧିକାରୀ ସଞ୍ଜୟ ପାତ୍ରଙ୍କୁ ପଚାରିବାରୁ କିଛି ଜମିରେ ରୋଗପୋକ ଲାଗିଥିବା ସ୍ୱୀକାର କରି ଚାଷୀ ମାନଙ୍କୁ ସବସିଡିରେ ଔଷଧ ଯୋଗାଇ ଦିଆଯାଉଥିବା ସୂଚନା ଦେଇଥିଲେ ।

Post a Comment

Previous Post Next Post