ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଚଳିତ ବର୍ଷ କିଛିଦିନ ତଳେ ହୋଇଥିବା ପ୍ରଳୟକାରି ବନ୍ୟା ରେ ହରଭଙ୍ଗା ବ୍ଲକ ର ୧୨ ଟି ପଞ୍ଚାୟତ ର ପ୍ରାୟ ୭୫ଟି ଗ୍ରାମ ବ୍ୟାପକ କ୍ଷତି ଗ୍ରସ୍ଥ ହୋଇଥିଲା ବେଳେ ଗାଁ ଗୁଡିକର ପ୍ରାଣୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି । ପ୍ରଣିପାଳକ ବିଭାଗ ଏ ବର୍ଷ ଯେଉଁ ଭଳି ଭାବରେ ତାରାନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ବିଗତ ବର୍ଷ ଗୁଡିକରେ ହୋଇଥିବା ବନ୍ୟାମାନଙ୍କରେ ଦେଖାଯାଇନଥିଲା । ଗତ ବର୍ଷ ଆସିଥିବା ଗୋଖାଦ୍ୟ ମାସ ମାସ ଧରି ଗାଁ ମାନଙ୍କରେ ପହଂଚି ପାରିନଥିବା ସ୍ଥଳେ ଏ ବର୍ଷ ଡ଼. ବୀରେନ୍ଦ୍ର ପୃଷ୍ଟି ନିଜେ ଗାଡି ଭଡା କରି ପଞ୍ଚାୟତ ଅଫିସ ରୁ ବହୁ ଦୁର୍ଗମ ଅଂଚଳ ମାନଙ୍କୁ ଗୋଖାଦ୍ୟ ପଠାଇ କିପରି ଗୋପାଳକ ମାନଙ୍କୁ ବିତରଣ କରାଯାଇ ପାରିବ ନିଜେ ଗାଁ ଗାଁ ବୁଲି ତତ୍ଵାବୋଧନ କରିଥିଲେ । ହରଭଙ୍ଗା ବ୍ଲକ ରେ ୨୨ଗୋଟି ପଞ୍ଚାୟତ ଥିବା ବେଳେ ମାତ୍ର ୫ ଜଣ ପ୍ରାଣୀ ଧନନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଏପରି ସ୍ଥଳେ ସମିତି ଲୋକ ବଳରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ପୃଷ୍ଟି ଅତ୍ୟଧିକ ବନ୍ୟା କ୍ଷତିଗ୍ରସ୍ତ ୪୦ଟି ଗ୍ରାମରେ ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରି ରୋଗାକ୍ରାନ୍ତ ଗାଈ ଗୋରୁ ମାନଙ୍କୁ ଉଚିତ ଚିକିତ୍ସା ସହ ସମସ୍ତ ଗୃହ ପାଳିତ ପଶୁ ମାନଙ୍କୁ ଟିକା କରଣ କରି ସମ୍ଭାବ୍ୟ ରୋଗ ରୁ ଗାଈ ଗୋରୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ଯାହାକି ବନ୍ୟା ପରବର୍ତ୍ତୀ ସମୟରେ ଗାଈ ଗାରୁ ମାନେ ସଂକ୍ରମକ ରୋଗରୁ ସୁରକ୍ଷିତ ହୋଇଥିବାରୁ ଚାଷୀ ମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି । ହରଭଙ୍ଗା ବ୍ଲକ ରେ ଜିଲ୍ଲାର ୧୦୩ ଟି ପ୍ରାଣୀସେବା ଶିବିର ୧୭.୦୫ ମେଟ୍ରିକ ଟନ ଗୋଖାଦ୍ୟ ବଣ୍ଟନ ଓ ୧୧୬୦୦ପ୍ରାଣୀଙ୍କୁ ଟିକାକରଣ କରାଯାଇଛି!ଯାହାକି ସମଗ୍ର ରାଜ୍ୟରେ ଏକ ମାଇଲଖୁଣ୍ଟ ବୋଲି ଜଣାପଡିଛି।
ବନ୍ୟାସମୟରେହରଭଙ୍ଗାପ୍ରାଣିଚିକିତ୍ସାଳୟ କର୍ମଚାରୀଙ୍କ ତତ୍ପରତା
ଆଜତକ ଓଡ଼ିଶା
0
Post a Comment