ଖଡ଼ିଆଳ,(ଆଜତକ୍ ଓଡ଼ିଶା) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜି ମଣ୍ଡପ ଠାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆଖାଇ ଭେଟଘାଟ ଓ କର୍ମୀ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ କର୍ମୀମାନେ ତୃଣମୂଳ ସ୍ତରରେ କାର୍ଯ୍ୟକରି ଜନକଲ୍ୟାଣ କାର୍ଯ୍ୟକରିବାକୁ ଆହ୍ୱାନ କରିଥିଲେ । ଏହି ସଭାରେ ଜିଲ୍ଲା ସଭାପତି ସୁବରୀ ଠାକୁର ଅଧକ୍ଷତା କରିଥିବା ବେଳେ ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଦେବଦେବ ସିଂ ଦେଓ, ଡ଼ଃ. ସୁନୀତି ମୁଣ୍ଡ, ଅତୀନ୍ଦ୍ର ସିଂ ମଲ୍ଲିକ, ପ୍ରସନ୍ନ ପାଢ଼ୀ, ଶିବ ପ୍ରସାଦ ମୁଣ୍ଡ ସହ ଅନେକ ବିଜେପି କର୍ମୀ ଯୋଗଦେଇଥିଲେ ।
ଭାରତୀୟ ଜନତାପାର୍ଟି ପକ୍ଷରୁ ନୂଆଖାଇ ଭେଟଘାଟ ଉତ୍ସବ, କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment