ମାଁ ଗୁଜେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଗଲପୁର ଚମ୍ପିୟାନ


ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ କାଳକୁଟ ଗାଁ ରେ ଚାଲିଥିବା ମାଁ ଗୁଜେନ ମାଉଳି ଫୁଟବଲ କ୍ଲବ ପକ୍ଷରୁ ଦ୍ଵିତୀୟ ବର୍ଷ ମାଁ ଗୁଜେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇ ଥିବା ବେଳେ ଆଗଲପୁର ଓ ଦର୍ଲିମୁଣ୍ଡା ଦଳ ଫାଇନାଲ ମ୍ୟାଚ କୁ ଉତ୍ତୀର୍ଣ୍ଣ ହୋଇଥିଲା । ଆଜିର ଫାଇନାଲ ମ୍ୟାଚ ରେ ଦର୍ଲିମୁଣ୍ଡା ଦଳ କୁ ପରାସ୍ତ କରି  ଆଗଲପୁର ଦଳ ଚମ୍ପିୟାନ ହୋଇଥିଲା । ରେଫରି ଛବିଲାଲ ନାଏକ ଖେଳ ପରିଚାଳନା କରିଥିବାବେଳେ ଲାଇନମ୍ୟାନ ଶେଷଦେଵ ମଲ୍ଲିକ, ନବୀନ ବଗର୍ତ୍ତି, ମନୋଜ ରଥ ପ୍ରମୁଖ ସହଯୋଗ କରିଥିଲେ ।ପ୍ରକାଶ ପାତ୍ର ଓ ଠଣସୁନ୍ଦର ତାଣ୍ଡି ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପିନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ,ସମ୍ମାନୀୟ ଅତିଥି ଭାବେ,ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜାମଖୁଣ୍ଟା ପଞ୍ଚାୟତ ର ସରପଞ୍ଚ ଉଦ୍ଧବ ବେହେରା,ଜିଲା ବିଜେଡ଼ି ଉପସଭାପତି ମନୋଜ ଦୀପ, ନୂଆପଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଅମିତ ସିଂଦେଓ,ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ଖେଳ ପଡିଆ କୁ କିପରି ଭାବେ ମିନି ଷ୍ଟାଡିୟମ କରାଯିବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଅତିଥି କହିଥିଲେ । ଆୟୋଜକ କମିଟି  ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

Post a Comment

Previous Post Next Post