ନୂଆପଡା,(ପରମେଶ୍ଵର ମେହେର) ସିନାପାଲି ଅଂଚଳରେ ଖୁବ ଉଲ୍ଲାସର ସହ ଗଣପର୍ବ ନୂଆଁଖାଇ ପାଳିତ ହୋଇଛି ା ନିଜ ବଂଶର ଭାଇ ମାନଙ୍କୁ ନେଇ ପ୍ରାୟ ସ୍ଥାନରେ ମିଳିତ ଭାବରେ ନବାନ୍ନ ଭକ୍ଷଣ କରାଯାଇଥିବା ଦେଖିବାକୁ ମିଳିଛି ା ସିନାପାଲିର ପରମ୍ପରା ଅନୁଯାୟୀ ଅପରାହ୍ଣରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଭଦ୍ର ବ୍ଯକ୍ତି ଓ ଯୁବ ସମାଜ ଏକତ୍ରୀତ ହୋଇ ନଗର ପରିକ୍ରମା ସହ ବିଭିନ୍ନ ଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ ା ଏହା ପରେ ନେହେରୁ ସ୍ମୃତି ମଣ୍ତପ ଠାରେ ନାଗରିକ କମିଟିର ସଭାପତି ଡମ୍ୱରୁଧର ମେହେରଙ୍କ ଅଧ୍ଯକ୍ଷତାରେ ନୁଆଁଖାଇ ଭେଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ା ଏହି ଅବସରରେ ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ଶଶିଭୂଷଣ ମାଝୀ, ନରହରି ମେହେର, ମଧୁକୁମାର ଜୈନ, ଚିନ୍ତାମଣି ସାହୁ, ତୁଳସୀରାମ ମେହେର, ବୈଷ୍ଣବ ମେହେର, ବୁଦ୍ଧଦେବ ମେହେର ପ୍ରମୁଖ ନୂଆଁଖାଇର ମହତ୍ୱ ବିଷୟରେ ଆଲୋଚନା କରିଥିଲେ ା ମଣିଷ ଭିତରେ ମାନବୀୟ ଗୁଣର ସଂଚାର କରିବା ସହ ବିଭିନ୍ନତା ଭିତରେ ସାମାଜିକ ଏକତା ଆଣିବାରେ ନୂଆଁଖାଇ ପର୍ବର ଗୁରୁତ୍ୱ ଖୁବ ଅଧିକ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ ା ସଭା ଆରମ୍ଭରେ ଅଧ୍ଯାପକ ନବୀନଚଂଦ୍ର ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ ା ଅନ୍ଯମାନଙ୍କ ମଧ୍ଯରେ ନାରାୟଣ ପାତ୍ର, କ୍ଷିରସିନ୍ଧୁ ମେହେର, ଆଦିତ୍ୟ ଯୋଷୀ, ଗୋଳାମଣି ସା, ଅରିଗଞ୍ଜନ ଯୋଷୀ, ତ୍ରୀନାଥ ମେହେର, ଅମିତ ଜୈନ, ଗଣପତି ମେହେର, ଭରତ ଚଂଦ୍ର ବାଗ, ନୀଲାଚଂଳ ମେହେର, ମୁରଳୀଧର ସା, ଲୋକନାଥ ମେହେର, ହୃଦାନନ୍ଦ ମେହେର, ଶିବପ୍ରସାଦ ମେହେର, ନୀଲାଚଂଳ ଜଗତ, ଖୁସୀରାମ ମେହେର, ଦିନବନ୍ଧୁ ମେହେର, ସୀତାରାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ ା ଶେଷରେ ବୈଷ୍ଣବ ମେହେର ଧନ୍ଯବାଦ ଦେଇଥିଲେ ା
ସାମାଜିକ ଏକତା ଆଣେ ନୂଆଁଖାଇ ସିନାପାଲିରେ ନୂଆଁଖାଇ ଭେଟ
ଆଜତକ ଓଡ଼ିଶା
0
Post a Comment