ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ପବିତ୍ର ନୂଆଖାଇ ଅବସରରେ ଓଡ଼ିଶାର ୪୧ ଲକ୍ଷ ରୁ ଉର୍ଦ୍ଧ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୮୧ହଜାର ଭୂମିହୀନ କୃଷକ ପରିବାର କୁ ରବି ୨୦୨୨-୨୦୨୩ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୮୬୯ କୋଟି ଟଙ୍କା କାଳିଆ ସହାୟତା ର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ହରଭଙ୍ଗା ଓ ବୌଦ୍ଧ ବ୍ଲକ ର ଚାଷୀ ବୀରେନ୍ଦ୍ର ସାହୁ, ବିଶ୍ୱାମିତ୍ର କଁଅର, ଚୈତନ୍ୟ ପ୍ରଧାନ, କଣ୍ଟୁଆଣି, ବିପ୍ପଣି କଳତା, ମାଳତୀ ଡାଙ୍ଗ, ବଡ଼ ସୁବଳୟାଙ୍କ ସମେତ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଏ. ପି. ଡ଼ି. ପ୍ରତାପ ଚନ୍ଦ୍ର ପ୍ରଧାନ, ଏ. ଡ଼ି. ଏଚ (ଉଦ୍ୟାନ ବିଭାଗ ) ଯୋଗେନ୍ଦ୍ର ମହାପାତ୍ର, ପି. ଡ଼ି. ୱାଟର ସ୍ୟାଡ ପ୍ରଦୀପ୍ତ କୁମାର ମହାନ୍ତି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିୟାର ସିଂହ, ଏ. ଏ. ଓ. ହରଭଙ୍ଗା ସବ୍ୟସାଚି ଦାସ, କୃଷି ଅଧୀଦର୍ଶକ ଶେଷଦେବ ସାମଲ, ଗ୍ରାମ କୃଷି କର୍ମଚାରୀ ବୀଣାପାଣି ସାହୁ, ସି. ଡ଼ି. ଏ. ଓ ହରିହର ବାରିକ, ଓସ୍ୱାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ । କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଓଡିଶା ସରକାର ଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ନୂଆଖାଇ ଅବସରରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଜିଲ୍ଲାର ଚାଷୀମାନଙ୍କ ଏକାଉଣ୍ଟ୍ କୁ ଆର୍ଥିକ ସହାୟତା ଆସିଥିବା ଜଣା ଯାଇଛି । ଚାଷୀମାନେ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।
ପବିତ୍ର ପଶ୍ଚିମାଞ୍ଚଲ ନୂଆଖାଇ ଉପଲକ୍ଷେ ଚାଷୀଙ୍କ ଖାତାକୁ ଆସିଲା କାଳିଆ ସହାୟତା ରାଶି
ଆଜତକ ଓଡ଼ିଶା
0
Post a Comment