ମା ବନଦୁର୍ଗା ଙ୍କ ବାର୍ଷିକ ମହୋତ୍ସବ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହର ଭଂଗା ବ୍ଲକ ଆଡେଣୀଗଡ ପଂଚାୟତ ମାଧପୁର ରାଣୀଗଂଜ  ଜାତୀୟ ରାଜପଥ ୫୭ କଡରେ ଥିବା ମା ବନଦୁର୍ଗା  ମକର ବାର୍ଷିକ ଉସ୍ଚବ ଯଥାରିତି ରେ ମହାଡମ୍ବରରେ ପାଳିତ ହୋଇଯାଇଛି   । ଯାହାକି ଏହି ମଂଦିର ଦୀର୍ଘ ବର୍ଷ ହେଲା ପୁଜା ପାଇ ଭକ୍ତଂକ ଡାକ ଶୁଣୁଥିବା ବେଳେ  ଗତବର୍ଷ ଏହିଦିନରେ ମାଙ୍କ ବିଘ୍ନ ମୁର୍ତ୍ତି କୁ ଜୀବ ନ୍ୟାସ କରି  ପ୍ରତିଷ୍ଠା କରାଯାଇଥିଲା    । କଥିତ ଅଛି ଏଠାରେ ମା ଜଣେ ଭକ୍ତଙ୍କୁ ସ୍ବପ୍ନାଦେଶ ଦେଇ ଦେଖାଦେଲାପରେ ସେହି ଦିନ ଠାରୁ ଏଠାରେ ମାଁ ବନଦୁର୍ଗା ନାମରେ ପୂଜା ପାଇଆସୁଛନ୍ତି   । ପୁଣି ଏଠାରେ ମହାଦେବ ଂକ ମନ୍ଦିର, ହନୁମାନ ମନ୍ଦିର ସ୍ତାପନ ପୂଜା ପାଇଆସୁଛନ୍ତି  । ଆଜି ଏଠାରେ ମାଙ୍କ ଜନ୍ମ ବାର୍ଷିକ ହୋମ ଯଜ୍ଞ , ନାମସଂକୀରତନରେ କଂପିଉଠୁ ଥିଲା   । ଏହିଯଞରେ ଯଞପୁରହିତଭାବେ, ପଣ୍ଡିତ ଜଗବନ୍ଧୁ ଦାସ ପରିଚାଳିତ କରିଥିଲେ   । ସେ କନ୍ଧମାଳ ଜିଲା ଚକାପାଦ  ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ  ସଂସ୍କୃତ ପଣ୍ଡିତ  ଆସି ଯଞକର୍ମ ସଂପାଦନ କରିଥିଲେ   । କର୍ତା ଭାବେ କ୍ରୂଷ୍ନ ଗୁରୁ ଂକ ସହ ଧର୍ମ ପତ୍ନୀ କର୍ତ୍ତା ଭାବେ ସଂପାଦନ କରିଥିଲେ  । ସେ ମଧ୍ଯ ମା ବନଦୁର୍ଗା ମନ୍ଦିର କୁ ଦୀର୍ଘ ଦିନ ହେବ ପୁଜାରୀ ଭାବେ ପୁଜାକାମକରିଆସୁଛନ୍ତି   । ଏହିକାର୍ୟ୍ଯ କ୍ରମକୁ ଅଂଚଳ ରେ ଜନସାଧାରଣ ସଂପୁର୍ଣ୍ଣ ସହଯୋଗ କରିଥିବାବେଳେ    ଜନ୍ମେଜୟ ପ୍ରଧାନ, ଶେଷଦେବ ସାହୁ, ପ୍ରତାପ ସାହୁ, ବ୍ରହ୍ମ କୁମାରୀ ବେଉରା, ଲାଭ ବାଘ, ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ   । ଆଖପାଖ ରୁ ବହୁ ମହିଳା ନାମସଂକୀରତନ ଯୋଗଦେଇଥିଲେ   ।

Post a Comment

Previous Post Next Post