ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ମିଳିତ ମଞ୍ଚ ଗଠିତ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିକ୍ଷକ ସଂଘର ସଭାପତି ଶ୍ରୀ ଦିଲୀପ ପ୍ରଧାନ ଙ୍କ ସଭାପତିତ୍ବରେ ହରଭଙ୍ଗା ବ୍ଲକ ଶିକ୍ଷକ ସଂଘ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁ ବର୍ଗର ଶିକ୍ଷକ  ଏକ ହୋଇ  ଜିଲ୍ଲା ସ୍ତରୀୟ ଶିକ୍ଷକ ମିଳିତ ମଞ୍ଚ ଗଠନ ହୋଇଥିଲା ଫଳରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ଶିକ୍ଷକ ଙ୍କ ପଦୋନ୍ନତି ପାଇଁ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ଏବଂ ଶିକ୍ଷକମାନଙ୍କ ସୁରକ୍ଷା ଉପରେ ଆଲୋକପାତ କରିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବା ଆଲୋଚନା ହେବା ସହ ଶିକ୍ଷକ ମାନଙ୍କ ସମସ୍ୟା କୁ ଜିଲ୍ଲା ସ୍ତରରେ ସମାଧାନ କରିବା ପାଇଁ ସଂକଳ୍ପ  ହୋଇଥିଲା। ଏଥିରେ ହରଭଙ୍ଗା ବ୍ଲକ ସଭାପତି ବିରଞ୍ଚି ନାରାୟଣ ପ୍ରଧାନ , କଣ୍ଟାମାଳ ବ୍ଲକ ସଭାପତି ନୀଳାଚଳ ଭୋଇ, ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ମହାନ୍ତି,ଶିକ୍ଷକ ନେତା ସମ୍ଭୂ ପ୍ରସାଦ ଗିରି, ଶିକ୍ଷକ ସାଧୁଚରଣ ଦେହୁରୀ,ରବି ନାରାୟଣ ପ୍ରଧାନ ଙ୍କ ସମେତ ଜିଲ୍ଲାର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଯୋଗ ଦେଇଥିଲେ।

Post a Comment

Previous Post Next Post