ରାସ୍ତା ର ଅବସ୍ଥା ଶୋଚନୀୟ, ମରାମତି ପାଇଁ ଦାବୀ


କଣ୍ଟାମାଳ,(ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତର ଧଉରା କୁଦ ଗ୍ରାମ ଠାରୁ ବଉଳସିଙ୍ଗା ଗ୍ରାମକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣ ଜନ୍ତା ପାଲଟିଛି । ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ଅତି ବେହାଲ ହୋଇ ଯାଇଛି । ରାସ୍ତାର ସ୍ଥାନେ ସ୍ଥାନେ ଖାଲ ହୋଇ ପାଣି ଜମି ରହିବା ସହ କାଦୁଅ ପଚପଚ ହୋଇ ପଡିଛି । ପ୍ରତିବର୍ଷ ବର୍ଷାଦିନେ ଏ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ବେଳେ ଅବସ୍ଥା କେବେ ସୁଧୁରି ପାରୁନାହିଁ । ତେଣୁ ଜିଲ୍ଲାପାଳ ଓ କଣ୍ଟାମାଳ ବିଡିଓ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

Post a Comment

Previous Post Next Post