ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ବିଶ୍ୱ ସାଇକେଲ ଦିବସ ପାଳିତ


ବୌଦ୍ଧ, (ଶୁଶାନ୍ତ କୁମାର ବେହେରା): ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତିନିଜଣ କର୍ମଚାରୀ ବରିଷ୍ଠ ସହାୟକ ସର୍ବେଶ୍ୱର ଦାନୀ ,ଚତୁର୍ଥଶ୍ରେଣୀ କର୍ମଚାରୀ ଓ ଶେଷଦେବ ସ୍ୱାଇଁ ବର୍ଷତମାମ ସାଇକେଲରେ କାର୍ଯ୍ୟାଳୟକୁ ଆସିବାସହ ସମୟାନୁବର୍ତ୍ତିତା ଏବଂ କର୍ତ୍ତବ୍ୟ ପରାୟଣତା ରକ୍ଷା କରି କାର୍ଯ୍ୟାଳୟର କାର୍ଯ୍ୟ ସଂପାଦନ ପୂର୍ବକ ଘରକୁ ଫେରୁଥିବାରୁ ବିଶ୍ୱ ସାଇକେଲ ଦବସ ଅବସରରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଉପଢୌକନ,ସ୍ମାରକୀ ଓ ମାନପତ୍ର ଦେଇ ଏହି କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ସାଇକେଲ ଚାଳନା ପାଇଁ ଉତ୍ସାହିତ କରିବାସହ ସୁସ୍ଥ ଓ ନିରୋଗ ଜୀବନ କାମନା କରିଥିଲେ । ଏହାଦ୍ୱାରା ଅନ୍ୟ କର୍ମଚାରୀମାନେ ସାଇକେଲ ଚାଳନା କରିବା ପାଇଁ ପ୍ରୋତ୍ସାହିତ ହେବାସହିତ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ ଓ ଶାରିରୀକ ଭାବରେ ସୁସ୍ଥ ରହିବେ ବୋଲି କର୍ମଚାରୀ ମହଲରେ ମତପ୍ରକାଶ ପାଇଛି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକେଲ ଚାଳନା କରୁଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବୌଦ୍ଧ ବ୍ଳକ ଗନ୍ଧରାଢୀ ମହାବିଦ୍ୟାଳୟଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ସାଇକେଲ ଚାଳନା ଦ୍ୱାରା ଶାରିରୀକ ସୁସ୍ଥତା ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ଅଧ୍ୟାପକ ପ୍ରବୀର କୁମାର ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ

Post a Comment

Previous Post Next Post