କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ନିକଟସ୍ଥ ଗାଁ କୁକୁଡାହାଡର ଅନିଲ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାଁ ରଖିଛନ୍ତି। ଅନେକ ଦିନର ପରିଶ୍ରମ ପରେ ୧୮ ବର୍ଷୀୟ ବାଳକ କମାଲ ଦେଖାଇଛନ୍ତି। ଗାଁରେ ପାଠ ପଢା ସହ ନିଜ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ (ମେସ୍କିମମ୍ ସଙ୍ଗସ୍ ପ୍ଲେଡ୍ ଅନ୍ କିବୋର୍ଡ ୟୁଜିଙ୍ଗ୍ ଫୋରହେଡ୍ ଆଣ୍ଡ ନୋଜ୍ ବାଏ ଏ ଟିନ୍) କରିବା ନିଶା ଯୋଗୁ ରେକର୍ଡ କରିବାରେ ସେ ସଫଳ ହୋଇଛନ୍ତି।କଣ୍ଟାବାଞ୍ଜି ସହରରୁ ମାତ୍ର ଦୁଇ କିଲୋମିଟର ଦୂର କୁକୁଡାହାଡ଼ ଗାଁର ଶଙ୍କର ସରାଫଙ୍କ ପୁଅ ଅନୀଲ କୁମାର ସରାଫଙ୍କ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଁ କଣ୍ଟାବାଞ୍ଜି ସହର ଗର୍ବ ଓ ଗୌରବ ପାଲଟିଛନ୍ତି। ପିଆନୋ (କେସିଓ) ରେ ନିଜ ନାକ ଓ କପାଳରେ ବିଭିନ୍ନ ପ୍ରକାରର ଗୀତ ବଜାଇବାରେ ସଫଳ ହୋଇଛନ୍ତି। ଗତ ଦୁଇ ବର୍ଷ ତଳେ କରୋନା ପାଇଁ ଘରେ ରହି ଏହାକୁ ସେ ସବୁଦିନ ଅଭ୍ୟାସ କରିବା ସହ ସେ ଦିନକୁ ୫ ଘଂଟା ଲେଖାଏଁ ଏଥରେ ସମୟ ଦେଉଥିଲେ। ୟୁଟୁବରେ ଅନେକ ଭିଡିଓ ଦେଖିଲା ପରେ ସେ ଏହି ନିଜ କଳାକୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ପ୍ରୟାସ ଜାରୀ କରିଥିଲେ। ସାଙ୍ଗମାନଙ୍କ ଠାରୁ ପ୍ରେରଣା ପାଇବା ସହ ପରିବାରର ସହଯୋଗରେ ସେ ପିଆନୋ (କେସିଓ) ନିଜ ନାକ ଓ କପାଳରେ ଭିନିନ୍ନ ପ୍ରକାରର ଗୀତ ବଜାଇବାରେ ସଫଳ ହୋଇଛନ୍ତି।
ମଧୂର ଗୀତରେ ଅନିଲ ସମ୍ବଳପୁରୀ, ହିନ୍ଦୀ, ଦେଶଭକ୍ତି ଗୀତ ସବୁ ନାକ ଓ କପାଳ ସାହାଯ୍ୟରେ ଆରାମରେ ଏବଂ ସ୍ପଷ୍ଟ ଭାବେ ବଜାଉଛନ୍ତି। ତାଙ୍କର ଏହି କଳାକୁ ଦେଖି ଅନେକ ପିଲା ଏବେ ତାଙ୍କ ଘରକୁ ତାଙ୍କୁ ଭେଟିବା ପାଇଁ ପଂହଚି ଯାଉଛନ୍ତି। ଅନୀଲ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇବା ପରେ ପରିବାର ତଥା ଆଖ ପାଖ ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି। କଣ୍ଟାବାଞ୍ଜି ସହର ଜଣେ ଯୁବକ ଯିଏ ପୂର୍ବରୁ ଗିନିଜ ୱାର୍ଲଡ଼ ରେକର୍ଡ କରିଥିବା ବେଳେ ତାଙ୍କୁ ଦେଖି ସେ ବି ଦିନେ ଏଭଳି ରେକର୍ଡ କରିବେ ବୋଲି ଭାବିନଥିଲେ। ପିଆନୋରେ କମ ସମୟରେ ନାକ ଏବଂ କପାଳରେ ଗୀତ ବଜାଇବାରେ ରେକର୍ଡ କରିବା ନିଶା ଅନିଲଙ୍କୁ ଘାରିଥିଲା। କଠିନ ଅଭ୍ୟାସ କରି ସେ ଗତ ଫେବ୍ରୁଆରୀ ୩ ତାରିଖ ଦିନ ୭ଟି ଗୀତ ବଜାଇ ଏକ ଭିଡିଓ ଇଣ୍ଡିଆ ବୁକ ଅପ ରେକର୍ଡକୁ ମେଲ କରିଥିଲେ। ଗତ ମେ ମାସ ୫ ତାରିଖ ଦିନ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ସେ ଜାଣିବାକୁ ପାଇଥିଲେ। ପ୍ରଥମ ପ୍ରୟାସରେ ଅନୀଲ ଏଭଳି ରେକର୍ଡ କରିଥିବା ଯୋଗୁ ପରିବାର ଏବଂ ସହରବାସୀ ଖୁସିବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଅନୀଲ କଣ୍ଟାବାଞ୍ଜି କେଭି କଲେଜରେ ଯୁକ୍ତ ୩ରେ ପଢ଼ୁଥିବା ବେଳେ ଆଗକୁ ୱାର୍ଲଡ଼ ରେକର୍ଡ କରିବା ପାଇଁ କଠିନ ପରିଶ୍ରମ କରିବେ ବୋଲି କହିଛନ୍ତି। କଣ୍ଟାବାଞ୍ଜି ସହର ପାଖ ଏକ ଛୋଟ ଗାଁରୁ ଇଣ୍ଡିଆ ବୁକ ଅପ ରେକର୍ଡ ପାଇଥିବା ଅନୀଲ ଅନ୍ୟ ଯୁବକମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
Post a Comment