ଜମିପଟ୍ଟା ପ୍ରଦାନ ଦାବୀରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ


ସୁବର୍ଣ୍ଣପୁର(ଗଣପତି ବାଘ)ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଂଚାୟତ ବାବୁପାଲି ମନରଞ୍ଜନପୁର ଗାଁର ଅନୁସୂଚିତ ଜାତିର ପ୍ରାୟ ୨୦ଟି ପରିବାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି ।ମନରଞ୍ଜନପୁର ଗାଁର ପ୍ରାୟ ୨୦ରୁ ୩୦ହରିଜନ ପରିବାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ବିନିକା ବ୍ଲକ ମନରଞ୍ଜନପୁର ଗାଁରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ ହେଲା ଏହି ଆଦିବାସୀ ହରିଜନ ପରିବାରମାନେ ରହି ଆସୁଛନ୍ତି ।ଏପରିକି ଗତ ପାଞ୍ଚ ବର୍ଷ ତଳେ ବିନିକା ତହସିଲଦାରଙ୍କ କହିବା ମୁତାବକ ମହଦା ଆରଆଇଙ୍କୁ ଏମାନେ ହଜାରେ ଟଙ୍କା ଲେଖାଏଁ ସ୍ଥାୟୀ ପଟ୍ଟା ପାଇଁ ଦେଇଥିବା କହିଛନ୍ତି ।ତଥାପି ଆଜି ପର୍ଯ୍ୟନ୍ତ ଏମାନଙ୍କୁ ସ୍ଥାୟୀ ପଟ୍ଟା ମିଳି ପାରି ନାହିଁ ।ଫଳରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ରାସନ କାର୍ଡ, ସ୍ବାସ୍ଥ୍ୟ ବୀମା , ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଆଦି ପାଇପାରୁ ନାହାନ୍ତି ।ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ହାରୀ ଗୁହାରୀ କରି ନିରାଶ ହେବା ପରେ ସେମାନେ ବାଧ୍ୟ ହୋଇ ଉପ ଜିଲ୍ଲାପାଳଙ୍କୁ ତାଙ୍କ ଦାବୀ ଜଣାଇଛନ୍ତି ।ତୁରନ୍ତ ସ୍ଥାୟୀ ପଟ୍ଟା ପ୍ରଦାନ କରା ନଗଲେ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post