ସାଉଡି ଗ୍ରାମ ପଞ୍ଚାୟତ ନିର୍ମାଣ ଧୀନ ମାର୍କେଟ କମ୍ପ୍ଲେକ୍ସ ଓ ଷ୍ଟୋର ରୋମ ଲୋଣୀ ପାଣି ରେ ଉବୁଟୁବୁ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ସରକାର ପଞ୍ଚାୟତ କୁ ସରସ ସୁନ୍ଦର ଓ ସମସ୍ତ ସୁବିଧା ର ଅଧିକାରୀ କରାଇବାକୁ ଯୋଜନା ଉପରେ ଯୋଜନା କରି ପଞ୍ଚାୟତ ର ବିକାଶ ପ୍ରତି ଧ୍ୟାନ ଦେଉଛନ୍ତି। ମାତ୍ର କିଛି ଅର୍ଥ ପିପାସୁ ଜନ ପ୍ରତିନିଧି ଠିକାଦାର ନିକ ସ୍ବାର୍ଥ ପ୍ରତି ଦୃଷ୍ଟି ରଖି ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ଅର୍ଥକୁ ଠିକ ସ୍ଥାନରେ ବିନିଯୋଗ କରୁନାହାନ୍ତି। ଫଳରେ ଚିରସ୍ଥାୟୀ ହୋଇପାରୁନି ନିର୍ମାଣ କର୍ଯ୍ୟ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସାଉଡି ଗ୍ରାମ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଓ ଷ୍ଟୋର ରୋମ ନିର୍ମାଣ ସ୍ଥିତି। ଲୋଣୀ ପାଣି ରେ ଉବୁଟୁବୁ ହୋଇଛି ମାର୍କେଟ କମ୍ପ୍ଲେକ୍ସ ଓ ଷ୍ଟୋର ରୋମ। ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ବାଲି , ଚିପ୍ସ, ଇଟା ଉପରେ ଲୁଣି ପାଣି ର ଢେ଼ଉ ଖେଳୁଛି। ଖାଲୁଆ ଜମିରେ ଘର ନିର୍ମାଣ ହେବା ପୂର୍ବରୁ ଲୁଣି ଜୁଆର କଥା ଚିନ୍ତା କରିବା ଦରକାର ରହିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ପୂର୍ବତନ ସରପଞ୍ଚ ରଞ୍ଜିତା ଟୁଙ୍ଗ କଣ କରୁଥିଲେ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ତେବେ ଘର ତିଆରି ରେ ଲୋଣି ବାଲିର ବ୍ୟବହାର କୁ ମନା କରାଯାଉଥିବା ବେଳେ ସାଉଡି ପଞ୍ଚାୟତ ର ନିର୍ମାଣ ଧୀନ ଘର ଲୋଣି ପାଣିରେ ଘର ର ମୂଳଦୁଆ ରୁ ଦୁଇ ତିନ ଫୁଟ ଉପରେ ଲୋଣି ଜଳ ର ଢେ଼ଉ ଖେଳୁଛି । ସେଥି ପାଇଁ ନିର୍ମାଣ ଧୀନ ମାର୍କେଟ କମ୍ପ୍ଲେକ୍ସ ଓ ଷ୍ଟୋର ରୋମ ର ସ୍ଥାୟୀତ୍ବ ଉପରକୁ ସାଧାରଣ ରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଉକ୍ତ କାର୍ଯ୍ୟ କୁ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀ ତଦନ୍ତ କରି ଘର ନିର୍ମାଣ ପ୍ରତି ଗୁରୁତ୍ବ ଦେଇ ନଥିବା ବିଭାଗୀୟ ଅଧିକାରୀ ଓ ପୂର୍ବତନ ସରପଞ୍ଚଙ୍କ ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ କରି ସରକାରଙ୍କ ତରଫରୁ ଭିଜିଲାନ୍ସ ଓ CBI କେଶ୍ କରା ଯାଉ । ଦୋଷୀ ମାନଙ୍କୁ ଗିରଫ କରାଯିବା ସହିତ ତାଙ୍କ ବିରୋଧ ରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜନ ସାଧାରଣ ଦାବି କରିଛନ୍ତି।

Post a Comment

Previous Post Next Post