ବାଲିଆପାଳ ଳାୟନ୍ସ କ୍ଲବର ଯୋଜନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଳାୟନ୍ସ କ୍ଲବ ବାଲିଆପାଳର ଆଗାମୀ ଯୋଜନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ବାଲିଆପାଳ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆର୍ମ ସଂଗଠନ ସଭାଗୃହ ପରିସରରେ କ୍ଲବର ସଭାପତି ଇଂ ଦାମୋଦର ଗିରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ଆଗାମୀ ଡିଜି ଗୌରୀଶଙ୍କର ଅଗ୍ରୱାଲା, ପୂର୍ବତନ ଡିଜି ପ୍ରକାଶ ଜେନା ଓ ପୂର୍ବତନ ଡିଜି ତଥା ଅଧିବକ୍ତା ପ୍ରଫୁଲ୍ଲ ସାମଲ,ପ୍ରଥମ ଭିଡିଜି ଶରତ ପ୍ରଧାନ ପ୍ରମୁଖ ଯୋଗଦେଇ ଳାୟନ୍ସ କ୍ଲବ ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାମାଜିକ ଅନୁଷ୍ଠାନ।ଯିଏକି ସବୁବେଳେ ସମାଜର ତଳ ସ୍ତରରେ ଥିବା ବ୍ୟକ୍ତିଙ୍କ କଥାକୁ ଚିନ୍ତା କରି ଆସିଛି।ଳାୟନ୍ସ କ୍ଲବର ପ୍ରତ୍ୟେକ ସଦସ୍ୟ କିଛି ପାଇବାର ଆଶା ନ ରଖି କିଛି ଦେବାର ଆଶା ରଖି ଥାଆନ୍ତି ବୋଲି କହିଥିଲେ।ବୈଠକରେ ବାଲିଆପାଳ ଳାୟନ୍ସ କ୍ଲବର ସମ୍ପାଦକ ତରୁଣ କୁମାର ମହାପାତ୍ର, ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ରଣା, ନବୀନ କୁମାର ପାତ୍ର,ଭୁବନ ମୋହନ ପିଳା, ଅଜୟ କୁମାର ସାହୁ,ଗୋବିନ୍ଦ ପ୍ରସାଦ ଦାସ,ପ୍ରଶାନ୍ତ ସାହୁ,ଅଧ୍ୟାପକ ସୁଶାନ୍ତ ଦାସ,ପୂର୍ନେନ୍ଦୁ ଦାସ,କୃତିବାସ ଗିରି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ କ୍ଲବ ପକ୍ଷରୁ ଅତିଥି ମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧିତ କରାଯାଇଥିଲା।ଆଗାମୀ ଡିଜି ଗୌରୀଶଙ୍କର ଅଗ୍ରୱାଲା କ୍ଲବର ଆଗାମୀ ଏକ ବର୍ଷର ଯୋଜନା ବିଷୟରେ ସୂଚନା ଦେଇଥିଲେ।

Post a Comment

Previous Post Next Post