ସୁବର୍ଣ୍ଣପୁର(ଗଣପତି ବାଘ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜ଼ାର କମିଟି ଅନର୍ଗତ ଦିଗସିରା ଠାରେ ଏକ ନୂତନ ଉପ ବଜାର ପ୍ରାଙ୍ଗଣ ଉଦ୍ଘାଟିତ ହୋଇଯାଇଛି।୨ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବଜ଼ାର ପ୍ରାଙ୍ଗଣ କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଉଦ୍ଘାଟନ କରିଥିଲେ। RMC ସମ୍ପାଦକ ଉଦିତ କୁମାର ବାବୁ ଙ୍କ ତତ୍ୱାବଧାନ ରେ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ସୁପାର ଠେଲା, ଉପ ଜିଲ୍ଲାପାଳ ନିହାର କଁହର,ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷା ଅହଲ୍ୟା ସାହୁ , ତହସିଲଦାର ପୁରୁଷୋତ୍ତମ ମିରଧା, ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ପ୍ରାଙ୍ଗଣ ରେ ଚାଷୀ ବିଶ୍ରାମ ଗୃହ,ସୂଚନା କେନ୍ଦ୍ର,ପାନୀୟ ଜଳ, ସାମୁହିକ ଶୌଚାଳୟ, ଗୋଦାମ ଗୃହ ନିର୍ମାଣ ହୋଇଥିବା ବେଳେ ସୁନାପାଲି, ଦିଗସିରା , ପଂଚାୟତ ଅଞ୍ଚଳର ଚାଷୀ ବିଶେଷ ଭାବରେ ଉପକୃତ ହୋଇପାରିବେ ।
ନୂତନ ଉପବଜାର ପ୍ରାଙ୍ଗଣ ଉଦ୍ଘାଟିତ
ଆଜତକ ଓଡ଼ିଶା
0
Post a Comment