ସୁବର୍ଣ୍ଣପୁର (ଗଣପତି ବାଘ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ ଅଭିଯାନ । ନୂତନ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଜବରଦଖଲ ଉଚ୍ଛେଦ । ବିନିକା ସହରରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ସ୍ଥିରକୃତ ହୋଇଥିବା ବେଳେ ଜବରଦଖଲ ପାଇଁ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରୁ ନ ଥିଲା । ଆଜି ସ୍ଥାନୀୟ ଏନଏସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ୨୬ଟି ଘର, ଚାରୋଟି ଷ୍ଟଲ ଓ ଏନଏସିର ୨୯ଟି ଷ୍ଟଲ ଭଙ୍ଗା ଯାଉଛି । ଜେସିବି ମେସିନ ସାହାଯ୍ୟରେ ଏହି ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ଏନଏସି କର୍ମଚାରୀଙ୍କ ସହିତ ତହସିଲଦାର ଓ ବ୍ୟାପକ ପରିମାଣରେ ପୋଲିସ ବାହିନୀ ମୁତୟନ ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅପ୍ରିତିକର ଘଟଣା ସାମାନା କୁ ଆସି ନ ଥିବା ବେଳେ ଶାନ୍ତି ଶୃଙ୍ଖଳାର ସହିତ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବା ଦେଖାଦେଇଛି ।

Post a Comment