ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବାହାଘର ପ୍ରସ୍ଥାବ ପଡିଲା। ଉଭୟ ଝିଅଘର ଓ ପୁଅଘର ଦେଖାଦେଖି ହେଲେ। ଉଭୟ ପକ୍ଷଙ୍କ ମନପସନ୍ଦ ହେଲା ଓ ବାହାଘର ତିଥି ସହିତ ଦିନ ମଧ୍ୟ ଧାର୍ଯ୍ୟ ହୋଇ ହିନ୍ଦୁ ପରମ୍ପରା ଅନୁଯାୟୀ ବର କନ୍ୟା ଘରକୁ ଆସି ବେଦିରେ ଯଥାରିତି ବାହାଘର ମଧ୍ୟ ଆରମ୍ଭ ହେଲା। ସବୁ ସରିଲା କିନ୍ତୁ ଝୀଅ ମଥାରେ ବର ସିନ୍ଦୂର ଦେବାକୁ ଯିବା ସମୟରେ ବାହାଘର ବେଦି ଉପରେ ଝୀଅର ହାଇଡ୍ରାମା ଦେଖିବାକୁ ମିଳିଛି।ଝୀଅ ବେଦି ଉପରେ ନିଜର ସଂଖା କାଢିଦେଇ ସେ ଆଗରୁ ବିବାହ କରିଛି ବୋଲି କହିଲା ଏବଂ ବେଦିରୁ ଉଠିଗଲା। ତେବେ ଯୋର ଜବରଦସ୍ତ ପରିବାର ଲୋକେ ଝିଅକୁ ବସାଇବା ପରେ ବର ଚେତାସୂନ୍ୟ ହୋଇଗଲା।
ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଥାନା ଅନ୍ତର୍ଗତ ରେମୁଁ ଗ୍ରାମରେ।ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୋରିବୁଲୁଛି। ତେବେ ଝିଅ ବିବାହ ବେଦିରୁ ଉଠିଗଲା ପରେ ତା ପରିବାର ଝିଅକୁ ଘରୁ ବାହାର କରିଦେଇଥିବା ବେଳେ ଝିଅ ଏବେ ପ୍ରେମିକ ଘରେ ଆଶ୍ରୟ ନେଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ତେବେ ବେଦି ଉପରେ ଝିଅର ଏପରି ହାଇଡ୍ରାମା ଭିଡିଓ ସାମାଜିକ ଗଣମାଧ୍ୟମରେ ବେସ୍ ଭାଇରାଲ୍ ହେବାରେ ଲାଗିଛି।
Post a Comment