ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବାର୍ଡୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କରୋନା ଟୀକା କେନ୍ଦ୍ରରେ ଅବ୍ୟବସ୍ଥା ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ କୌଣସି ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନାହିଁ ବୋଲି ଅଭିଯୋଗ ହେଉଛି । ଟୀକା ନେବାକୁ ଆସୁଥିବା ବ୍ୟକ୍ତି ଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଏପରିକି କେତେକ ବ୍ୟକ୍ତି ଟୀକା ନ ନେଇ ଫେରି ଯାଉଥିବା ଦେଖିବାକୁ ମିଳିଛି । ଶୃଙ୍ଖଳିତ ଭାବରେ ଏଠାରେ ଟୀକା ପ୍ରଦାନ କରାଯାଉ ନ ଥିବାରୁ ଟୀକା ନେବାକୁ ଆସିଥିବା ବ୍ୟକ୍ତି ଓ କର୍ମଚାରୀ ଙ୍କ ମଧ୍ୟରେ ଯୁକ୍ତିଯୁକ୍ତ ତର୍କ ମଧ୍ୟ ହେଉଛି । ବୌଦ୍ଧ ସି ଡି ଏମ ଓ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ହେଉଛି ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡିଶା
Post a Comment