ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ଠାରେ ସମ୍ବାଦ-ଆମ ଓଡ଼ିଶା, ଲକ୍ଷ୍ମୀପ୍ରସାଦ ରକ୍ତ ଦାତା ସଙ୍ଘ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ଡ୍ରାଇଭର ସଂଘ ଏବଂ ସଚେତନ ଯୁବ ସମାଜର ମିଳିତ ସହଯୋଗରେ ସାଧାରଣ ତନ୍ତ୍ର ଦିବସ ଅବସରରେ ଅବସର ପ୍ରାପ୍ତ ଅଧିକାରୀ ସ୍ବର୍ଗତ ଶଙ୍କର ପ୍ରସାଦ କର୍ଣ୍ଣଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଧବାର ଏକ ରକ୍ତଦାନ ଶିବିର ସମ୍ବାଦ ପ୍ରତିନିଧି ନବକିଶୋର ମେହେର ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ସମାଜସେବୀ ତ୍ରିପୁର ମହାକୁଡ଼ ଯୋଗ ଦେଇ ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିଲେ ।
ଏଥିରେ ବୌଦ୍ଧ ରକ୍ତ ଭଣ୍ଡାରର ଡାକ୍ତର ମନୋଜ କୁମାର ମିର୍ଦ୍ଧା, ଡିପିସି ରଘୁନାଥ ସାହୁ , ଏଲଟି ଦିଲ୍ଲୀପ କୁମାର ଭୋଇ , ବ୍ଲଡ଼ ବ୍ୟାଙ୍କ ଆସିଷ୍ଟାଣ୍ଟ ବାଦଲ କୁମାର ପ୍ରଧାନ ସହ ବୌଦ୍ଧ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ମାନେ ଯୋଗଦେଇ ୩୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ନବକିଶୋର ମେହେର ପରିଚାଳନା କରିଥିବା ବେଳେ ସାମ୍ବାଦିକ ମନୋରଞ୍ଜନ ନାଏକ, ହୃଦାନନ୍ଦ ମେହେର,ସମାଜସେବୀ ଜଗଦିଶ ବାରିକ, ଦେବକିଶୋର ସାହୁ, ଅମିତ କୁମାର କର୍ଣ୍ଣ, ଜୀବର୍ଧନ ମେହେର, ମିଳୁ ମେହେର, ଡୁଲାମଣି ମେହେର,ସୁଜିତ ସାହୁ, ରଞ୍ଜନ ସୁବୁଦ୍ଧି, ଦର୍ଶନୀ ତରିଆ, ଆଞ୍ଚଳିକ ରକ୍ତଦାତା ସଙ୍ଘ,ଜଗତି ପ୍ରିନ୍ସ କ୍ଳବର ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment