ବୌଦ୍ଧ, (ଆଜତକ୍ ଓଡ଼ିଶା) ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର କାର୍ଯ୍ୟକ୍ରମ ଆଜି ବୌଦ୍ଧ ଟାଉନ ହଲ ଠାରେ ବୌଦ୍ଧ ଜିଲ୍ଲା ପାଳ ଓ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷl ଶ୍ରୀମତୀ ସନ୍ଧ୍ୟା ରାଣୀ ପ୍ରଧାନ ଙ୍କ ଦ୍ୱାରା ସବୁଜ ପତାକା ପ୍ରଦର୍ଶନ ପରେ ସଚେତନତା ରଥ ଲକ୍ଷ୍ମୀ ପ୍ରସାଦ ଗ୍ରାମ ଅଭିମୁଖେ ଗଡି ଥିଲା
ରଥ ପହଂଚିବା ପରେ ସେଠାରେ ଗ୍ରାମବାସୀ, ସ୍କୁଲ ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମି, ଆଶା କର୍ମୀ,ମାନେ ରଥକୁ ସ୍ୱାଗତ କରିଥିଲେ। ଏହାପରେ ସଚେତନତା ରଥ ବଲାସିଙ୍ଗା ଠାରେ ଥିବା ଆଶ୍ରମ ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ କର୍ମ ଚାରି ଙ୍କ ଦ୍ୱାରା ସ୍ୱାଗତ କରାଯାଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା!ଏହା ପରେ ମୁରଶୁଣ୍ଢୀ ସିଡିପିଓ ଅଫିସ, ହରଭଙ୍ଗା ବ୍ଲକ ବିରନାରସିଂପୁର ଶିଶୁ ଯତ୍ନ ଆଶ୍ରମ, ଚାରିଛକ ଠାରେ ଥିବା ଆଶ୍ରମ ସ୍କୁଲ ଠାରେ ଏହି ସଚେତନା ରଥ ପହଂଚି ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇ ଥିଲା।
Post a Comment