କୁସଙ୍ଗ ରେ ମା ଦକ୍ଷିଣ କାଳୀ ୧୬ତମ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ : କୁଶାସିଙ୍ଗା କୁ ହରାଇ ଆଡେନିଗଡ଼ ବିଜୟୀ


ବୌଦ୍ଧ (ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ହାଇସ୍କୁଲ ଖେଳ ପଡିଆ ଠାରେ ମା ଦକ୍ଷିଣ କାଳୀ ୧୬ତମ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ବାବଚନ୍ଦ୍ର ଶେଖର ସ୍ପୋର୍ଟସ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ତୁର୍ଣ୍ଣାମେଂଟ ରେ ପ୍ରଥମ ଦିନରେ ଆଡେନିଗଡ଼ ସହ  କୁସସିଙ୍ଗା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଡେନିଗଡ଼ ଦଳ ପ୍ରଥମ ବ୍ୟାଟିଂ କରି ୧୫ ଓଭର ରେ  ୧୭୨ ରନ ସଂଗ୍ରହ କରିଥିଲେ ।ଅପର ପକ୍ଷେ  କୁଶାସିଙ୍ଗ ଦଳ ୧୪ ଓଭର ରେ ୮୩ ରନ କରି ଓଲ ଆଉଟ ହୋଇଥିଲେ ।


 ଫଳ ରେ ଆଡେନିଗଡ଼ ଦଳ ବିଜୟ ଲାଭ କରିଥିବାବେଳେ ସୁନୀଲ କୁମାର ସାହୁ ଙ୍କୁ ମ୍ୟାନ ଅଫଦ ମ୍ୟାଚଭାବେ ଘୋଷଣା କରାଯାଇଥିଲା । ପ୍ରଥମ ଦିନ ର ମୁଖ୍ୟ ଅତିଥି ଭାବେ ହରଭଙ୍ଗା ପଂଚୟତ ମହାବିଦ୍ୟାଳୟ ର  ଅର୍ଥନୈତିକ ବିଭାଗର ଅଧ୍ୟାପକ ହିମାଂଶୁ ଶେଖର ରାଉତ, ଅନ୍ୟତମ ଅତିଥି ଭାବେ ମନୋଜ କୁମାର ପ୍ରହରଜ ଯୋଗଦେଇ ଥିଲେ ।ବୈକୁଣ୍ଠ ଡନାୟକ ଖେଳ ଧାରାବିବରଣୀ  କରିଥିଲେ । ଖେଳକୁ  ସର୍ବେଶ୍ୱର ରଣା, ସଂଜୀବ କୁମାର ଭୋକ୍ତା ପରିଚାଳନା କରିଥିବାବେଳେ  କ୍ଷୀରୋଦ ନାୟକ ,ସବ୍ୟସାଚୀ ଭୋକ୍ତା,ବୁଲୁ ଦଳେଇ ଙ୍କ ସମେତ କମିଟି ର ଅନନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

Post a Comment

Previous Post Next Post