ବର୍ଷା ଜଳ ସଂରକ୍ଷଣ ସଚେତନତା ଶିବିର


ବୀରମହାରାଜପୁର,(ଆଜତକ୍ ଓଡ଼ିଶା) ନେହେରୁ ଯୁବ କେନ୍ଦ୍ର ଦ୍ବାରା ବୀରମହାରାଜପୁର ମହାବିଦ୍ୟାଳୟରେ ବର୍ଷା ଜଳ ସଂରକ୍ଷଣ ପ୍ରସଙ୍ଗ ରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ମହୋଦୟ  ଶ୍ରୀ ମୂରଲୀଧର ହୋତା  ଶୁଭାରମ୍ଭ କରିଥିବା ବେଳେ ନେହେରୁ ଯୁବ ସ୍ଵେଚ୍ଛାସେବୀ ଶ୍ରୀ ମନୋରଞ୍ଜନ ଜଗଦଲା ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟାପିକା ଯାମିନୀ ଦାଶ, ଇତିହାସ ବିଭାଗ ର ଅଧ୍ୟାପିକା ବନ୍ଦିତା ବିଶ୍ଵାଳ, ଅଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ, ରାଜନୀତି ବିଭାଗ ମୁଖ୍ୟ କୁଞ୍ଜବନ ମେହେର  ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।


 ଏହା ସହ କଲେଜ୍ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ରାଲି ଅନୁଷ୍ଠିତ କରାଯାଇ ଶେଷରେ ଜଳ ଶପଥ ପାଠ କରାଗଲା  । ପରିଶେଷରେ ଅତିଥିଗଣ  କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଓ ନେହେରୁ ଯୁବ ସ୍ଵେଚ୍ଛାସେବୀ ଶ୍ରୀ  ସୁଦର୍ଶନ ଭରାସାଗର୍ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

Post a Comment

Previous Post Next Post